ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତ କରିବେ। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା ୩୦ରେ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ା ଯିବେ। କେନ୍ଦ୍ରାପଡ଼ାରେ ପହଞ୍ଚି ସନ୍ଧ୍ୟା ୫ଟାରେ ପ୍ରସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରି ସିଧାସଳଖ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ବ ଦିଆଯାଉଛି। ଆସନ୍ତା ଦିନେ ଦୁଇଦିନ ଭିତରେ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବା ନେଇ ସମ୍ଭାବନା ଥିବାବେଳେ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ବିଜେଡିର ନିର୍ବାଚନୀ ବିଗୁଲ ବଜାଇବେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶଥାଉକି, ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ପ୍ରଚାର କାର୍ଯ୍ୟକ୍ରମରେ ଯାଇ ପ୍ରଥମେ ବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ନିର୍ବାଚନୀ ସଭାରେ ଯୋଗଦେଇଥିଲେ।