ନିର୍ବାଚନ ବର୍ଷରେ ପାଣ୍ଠି ମାଗିଲେ ନବୀନ

ବିଧାୟକ, ସାଂସଦଙ୍କୁ ମାସକର ଦରମା ଦେବାକୁ ଚିଠି
ଶୁଭେଚ୍ଛୁଙ୍କ ଠାରୁ ମଧ୍ୟ ଚେକ୍‌ରେ ଆସିପାରିବ
ପ୍ରତି ଵାର୍ଡରୁ ୨୦୦ ନୂଆ ସଭ୍ୟ ସଂଗ୍ରହ କରିବାକୁ ନିର୍ଦେଶ

ଭୁବନେଶ୍ବର : ନୂଆ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବା ସହିତ ପ୍ରତି ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ଵାର୍ଡରୁ ୨୦୦ ନୂତନ ସଭ୍ୟଙ୍କୁ ଦଳକୁ ଆଣ। ନିର୍ବାଚନ ବର୍ଷରେ ଅର୍ଥାତ୍ ୨୧ ତମ ପ୍ରତିଷ୍ଠା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ବିେଜଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର େନତାମାନଙ୍କୁ ଏଭଳି ପରାମର୍ଶ େଦଇଛନ୍ତି।

କେବଳ ସେତିକି ନୁହେଁ, ବିେଜଡି ଇତିହାସରେ ପ୍ରଥମ ପାଇଁ ଦଳର ହାଇକମାଣ୍ଡ ପାଣ୍ଠି ସଂଗ୍ରହ ଉପରେ ଜୋର ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଦଳର ରାଜ୍ୟସ୍ତରୀୟ କର୍ମକର୍ତା, ଜିଲ୍ଲା ଓ ନଗର ସଭାପତି, ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ସାଂଗଠନିକ କର୍ମକର୍ତା ପ୍ରମୁଖଙ୍କୁ ଏହି ମର୍ମରେ ଏକ ଚିଠି େଲଖିଛନ୍ତି। େସଥିରେ ଦର୍ଶାଇଛନ୍ତି, ଦଳୀୟ ବିଧାୟକ ଓ ସାଂସଦମାେନ ଅନ୍ୟୂନ ଏକମାସର ଦରମା ଅନୁଦାନ ଆକାରରେ ବିଜେଡି ପାଣ୍ଠିକୁ ଦିଅନ୍ତୁ। ଏହା େସମାନେ ଚେକ୍ ଆକାରରେ ଦେବା ଉଚିତ। ଏହା ସହିତ ଦଳର ଜିଲ୍ଲା ସଭାପତିମାେନ ପ୍ରତି ଜିଲ୍ଲା ଦଳର ଶୁଭେଚ୍ଛୁ ଓ ସମର୍ଥକଙ୍କ ମଧ୍ୟରୁ େଯଉଁମାେନ ପାଣ୍ଠି ଦେବାକୁ ଇଚ୍ଛୁକ, େସମାନଙ୍କ ଠାରୁ ଚେକ୍ ଆକାରରେ ଏହା ସଂଗ୍ରହ କରିବା ଲାଗି କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜୁ ଜନତା ଦଳ ପାଣ୍ଠିକୁ ଦିଆଯାଉଥିବା ଅର୍ଥ ଆୟକର ଅଧିନିୟମ ୧୯୬୧ର ଧାରା ୮୦ ଜିଜିସି ଅନୁଯାୟୀ ଟିକସମୁକ୍ତ ଅଟେ। ବିଜେଡି ଗ୍ରହଣ କରୁଥିବା ସମସ୍ତ ଅର୍ଥ ସହାୟତାକୁ ବିଧିବଦ୍ଧ ଭାବେ ପ୍ରାପ୍ତି ସ୍ବୀକାର କରାଯାଇ ପ୍ରମାଣ ସ୍ବରୂପ ରସିଦ ଦଳର କୋଷାଧ୍ୟକ୍ଷ ସୁବାସ ସିଂହ େଯାଗାଇ ଦେବେ।

ତେବେ ନିର୍ବାଚନ ବର୍ଷରେ ନବୀନଙ୍କ ଏଭଳି ପଦକ୍ଷେପକୁ ଅନେକ ଗୁରୁତ୍ବ ଦିଆଯାଉଛି। ରାଜନୈତିକ ମହଲର କହିବା କଥା, ନୂଆ ସଭ୍ୟ ସଂଗ୍ରହ ଆଳରେ ବିେଜଡି ନେତାମାନଙ୍କୁ ପୁଣି ଥରେ ନବୀନ କର୍ମୀଙ୍କ ପର୍ଯ୍ୟନ୍ତ ଯିବାକୁ ଏକରକମ ବାଧ୍ୟ କରିଛନ୍ତି। ଏହାଦ୍ବାରା ନୂଆ ଯୁବକଙ୍କୁ ଦଳକୁ ଆଣିବା ଲାଗି ପୁଣି ଥରେ ରାସ୍ତା େଖାଲିଛନ୍ତି। ଏହାବ୍ୟତୀତ ପାଣ୍ଠି ସଂଗ୍ରହ ଆଳରେ ନବୀନ ସ୍ବଚ୍ଛତା ଦିଗକୁ ଆକର୍ଷିତ କରିବାକୁ େଚଷ୍ଟା କରିଛନ୍ତି ଓ ତାଙ୍କ ପ୍ରତି ଶୁଭେଚ୍ଛାକୁ ମାପିବାରେ ମଧ୍ୟ ଏହା ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ନବୀନ ଚିଠିରେ ଆହୁରି ଦର୍ଶାଇଛନ୍ତି, ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଏକ ଆଞ୍ଚଳିକ ରାଜନୈତିକ ଦଳ ଭାବେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜେଡି ଜନ୍ମ େନଇଥିଲା। ସେବେଠାରୁ ଦଳୀୟ କର୍ମୀ ଅକ୍ଳାନ୍ତ ପରିଶ୍ରମ କରି ବିେଜଡିକୁ ଏ ପର୍ଯ୍ୟନ୍ତ ଆଣିଛନ୍ତି। ଆସନ୍ତା ଦିନରେ କର୍ମୀଙ୍କ ତ୍ୟାଗ ଓ ନିଷ୍ଠାକୁ ପାଥେୟ କରି ରାଜ୍ୟବାସୀଙ୍କ ସେବାରେ ବିେଜଡି ନିଜକୁ ସମର୍ପିତ କରି ରଖିବ।

ଦଳ ଇତିମଧ୍ୟରେ ଶକ୍ତିଶାଳୀ େହାଇଛି େବାଲି ଦର୍ଶାଇ ନବୀନ କହିଥିଲେ, ଓଡ଼ିଶାର ଛାତ୍ର, ଯୁବକ ଯୁବତୀ, ମହିଳା, କୃଷକ, ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ଆଇନଜୀବୀ ଏବଂ ସମସ୍ତଙ୍କ ଭଲମନ୍ଦରେ ସାଥୀ େହବା ପାଇଁ ସ୍ବତନ୍ତ୍ର ସାମ୍ମୁଖ୍ୟ ଗଠନ େହାଇଛି। କୌଣସି ଲୋକ େଯଭଳି ସାମାଜିକ ନ୍ୟାୟ ପାଇବାରୁ ବଞ୍ଚିତ ନ େହବେ, େସଥିପାଇଁ ଦଳର ସାମ୍ମୁଖ୍ୟ ନିରନ୍ତର କାର୍ଯ୍ୟରତ େବାଲି େସ ବିଶ୍ବାସ ସୃଷ୍ଟି କରିଛନ୍ତି। ଏହାସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଫଳତା େନଇ ସନ୍ତୋଷ ବ୍ୟକ୍ତ କରିବା ସହିତ ରକ୍ତଦାତାଙ୍କ େଯାଗଦାନକୁ ସବୁ ଦିନ ମନେ ରଖିବେ େବାଲି କହିଛନ୍ତି।

ସମ୍ବନ୍ଧିତ ଖବର