ବିଜୁ ସଂଗ୍ରହାଳୟ  ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ନବୀନ

ରାଜ୍ୟସଭା ପ୍ରାର୍ଥୀତ୍ୱ ନେଇ ନିଷ୍ପତ୍ତି ହୋଇନାହିଁ 

ନୂଆଦିଲ୍ଲୀ: ଶନିବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କଟକସ୍ଥିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପୈତୃକ ଘର  ଆନନ୍ଦ ଭବନରେ ନିର୍ମିତ ବିଜୁ ସଂଗ୍ରହାଳୟକୁ ଉଦ୍‌ଘାଟନ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ନେଇ  ସମ୍ମତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୧୭ କିମ୍ବା ୧୮ରେ ବିଜୁ ସଂଗ୍ରହାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିବା ପରେ ସୂଚନା ଦେଇଛନ୍ତି।

ଗତକାଲି ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନେ ରାଜ୍ୟସଭା ନିର୍ବାଚନ ନେଇ  ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ନେଇ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇ ନାହିଁ । ଏହି ଚୟନ ପ୍ରକ୍ରିୟା ପାଇଁ କିଛି ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ରବିବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର