ଷଡ଼୍‌ଯନ୍ତ୍ରକାରୀଙ୍କୁ ଖୋଜୁଛି ବିଜେଡି : ଦଳୀୟ ପ୍ରାର୍ଥୀଙ୍କୁ ହରାଇଲେ ନିଜ ଲୋକ, କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ନବୀନ, ସବୁ ବିଧାୟକଙ୍କୁ ତାଲିକା ମାଗିଲେ

ଭୁବନେଶ୍ୱର : କେତେ ଭୋଟ୍‌ରେ ଜିତିଲେ? ତୁମ ନିର୍ବାଚନମଣ୍ଡଳୀରୁ ସାଂସଦ ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି? ଅଧିକ ନା କମ୍? କାହିଁକି କମ୍ ଭୋଟ ମିଳିଲା?

ଏମିତି କିଛି ପ୍ରଶ୍ନ ସହିତ ନବନିର୍ବାଚିତ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ପୃଥକ୍ ପୃଥକ୍ ଭେଟିଛନ୍ତି। ଯେଉଁ ସବୁ ବିଧାୟକମାନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି, ସାଂସଦ ଜିତିଛନ୍ତି, ସେମାନଙ୍କୁ ସାବାସୀ ଦେଇଛନ୍ତି। ଯେଉଁଠାରେ ସାଂସଦ ପ୍ରାର୍ଥୀ ହାରିଛନ୍ତି, ସେମାନେ କିନ୍ତୁ ସୁପ୍ରିମୋଙ୍କ ସନ୍ଦେହ ଚକ୍ଷୁରେ। ସେ ପ୍ରଶ୍ନଛଳରେ ନିଜର ଅସନ୍ତୋଷ ସଂପର୍କରେ ଠାରିବାକୁ ଭୁଲିନାହାନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଖୁବ୍ ଶୀଘ୍ର କିଛି େନତାଙ୍କ ବିେରାଧରେ ନବୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଦଳର ପରାଜିତ ପ୍ରାର୍ଥୀମାେନ ମୁଖ୍ୟମନ୍ତ୍ରୀଙ୍କୁ େଯଉଁ ରିେପାର୍ଟ େଦଇଛନ୍ତି, ତାହା ଉପରେ ଏବେ ତର୍ଜମା ଆରମ୍ଭ େହାଇଛି।

କେବଳ ଦଳୀୟସ୍ତରରେ ନବୀନଙ୍କ କଠୋରତା ସାମ୍ନାକୁ ଆସିଛି ତା’ ନୁହେଁ, େଲାକେ ତାଙ୍କୁ େଯଉଁ ବିଶ୍ବାସ କରିଛନ୍ତି, ତା’ର ପ୍ରତିଦାନରେ ପଞ୍ଚମ ପାଳିରେ ସବୁ ଅ଼ଞ୍ଚଳର ପ୍ରମୁଖ ସମସ୍ୟାକୁ ସମାଧାନ କରିବା ଲାଗି ସେ ନିଷ୍ପତ୍ତି େନଇଛନ୍ତି। ଏହି କ୍ରମରେ ଆଜି ବିଧାୟକମାନଙ୍କୁ ଟାସ୍କ ଦିଆଯାଇଛି। େସମାନେ ତୁରନ୍ତ ନିଜ ନିର୍ବାଚନମଣ୍ଡଳୀର ପ୍ରମୁଖ ତିନିଟି ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ତାଙ୍କୁ ଜଣାଇବେ। ଏ ସଂପର୍କରେ ନିର୍ଦିଷ୍ଟ ସମାଧାନ ରାସ୍ତାଟି କ’ଣ ତାହାର ପ୍ରକଳ୍ପ ରିେପାର୍ଟ ଦେବେ। ଯାହା ଉପରେ ସରକାରୀସ୍ତରରେ ତୁରନ୍ତ ପଦକ୍ଷେପ ନିଆଯିବ।

ପଞ୍ଚମ ପାଳିରେ ବିେଜଡି ୧୧୨ ଆସନରେ ବିଜୟ ଲାଭ କରିଛି। କିନ୍ତୁ ଦଳ ହାତରୁ ଚାଲିଯାଇଛି ୮ଟି େଲାକସଭା ଆସନ। ଗତଥର ୨୦ଟି େଲାକସଭା ଆସନରେ ଜିତିଥିଲା।

ବିଧାନସଭା ସଫଳତାରେ ଅତ୍ୟନ୍ତ ସନ୍ତୁଷ୍ଟ ମୁଖ୍ୟମନ୍ତ୍ରୀ କିନ୍ତୁ େଲାକସଭା େକ୍ଷତ୍ରରେ ଏଭଳି ଫଳାଫଳକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ଏସବୁ ଆସନରେ େଭାଟ କମିଲା, ବିଜେପି ପ୍ରାର୍ଥୀଙ୍କୁ ଅଧିକ େଭାଟ ଯିବା ପଛର କାରଣ କ’ଣ, େସ େନଇ ଦଳର ଶୀର୍ଷସ୍ତରରେ ମାନସ ମନ୍ଥନ ଆରମ୍ଭ େହାଇଛି। ଠିକ୍ ଏହି ସମୟରେ ପରାଜିତ କିଛି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ପ୍ରମାଣ ସହିତ ସେମାନଙ୍କ ବିେରାଧରେ େହାଇଥିବା ଦଳୀୟ ଷଡ୍‌ଯନ୍ତ୍ର ସଂପର୍କରେ ନବୀନଙ୍କୁ ଜଣାଇଛନ୍ତି।

ଭୁବନେଶ୍ବର ଏକାମ୍ର ଆସନରେ ବିଧାୟକ ଅଶୋକ ପଣ୍ଡା ପାଇଛନ୍ତି ୭୫ ହଜାର ୦୨୦ େଭାଟ। ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମିଳିଛି ୫୬ ହଜାର ୭୪୭। ଭୁବନେଶ୍ବର ମଧ୍ୟ ଆସନରେ ବିଧାୟକ ଅନନ୍ତ ନାରାୟଣ େଜନା ୫୪ ହଜାର ୨୨ େଭାଟ ପାଇଛନ୍ତି। ସାଂସଦ ପ୍ରାର୍ଥୀଙ୍କୁ ମିଳିଛି ୪୩ ହଜାର ୨୨୫ େଭାଟ। ଭୁବନେଶ୍ବର ଉତ୍ତରରେ ୭୧ ହଜାର ୧୯୩ େଭାଟ ପାଇଛନ୍ତି ବିଧାୟକ ସୁଶାନ୍ତ ରାଉତ। ହେଲେ ୬୧ ହଜାର ୯୮୫ େଭାଟ ମିଳିଛି ଶ୍ରୀ ପଟ୍ଟନାୟକଙ୍କୁ।

ବିଧାୟକଙ୍କ ଦବଦବା ଥିବା ଏସବୁ ଆସନରେ ସାଂସଦ ପ୍ରାର୍ଥୀଙ୍କୁ ଏତେ କମ୍ େଭାଟ ମିଳିବାର କାରଣ କ’ଣ, େସ ସଂକ୍ରାନ୍ତରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଅଭିେଯାଗ ଉପରେ ଶୀର୍ଷସ୍ତରରେ ତର୍ଜମା ଚାଲିଛି। ବିଜେପି ପ୍ରାର୍ଥୀ ଅପରାଜିତାଙ୍କୁ ଜିତାଇବା ଲାଗି କେଉଁସ୍ତରରୁ ଷଡ଼ଯନ୍ତ୍ର େହାଇଥିଲା, ତାହା ଉପରେ ନବୀନ ନିବାସରେ େଜାରଦାର କସରତ ଚାଲିଛି। ଏଭଳି କାରନାମାରେ ସଂପୃକ୍ତ ଥିବା େନତା ଆଗକୁ ବିପଦ ସାମ୍ନା କରିପାରନ୍ତି।

କେବଳ ଏଇ େଗାଟିଏ ନିର୍ବାଚନମଣ୍ଡଳୀରେ ଏକଥା େହାଇଛି ତା’ ନୁେହଁ, ସୁନ୍ଦରଗଡ, ଗଜପତି, ମୟୂରଭଂଜ, ବାଲେଶ୍ବର ଜିଲ୍ଲାଠାରୁ ଆରମ୍ଭ କରି ପୁରୀ ସଦର ଓ ଗଞ୍ଜାମର ସାନଖେମୁଣ୍ଡି ବିଧାନସଭା ଆସନ ପର୍ଯ୍ୟନ୍ତ ଦଳ ଖରାପ ପ୍ରଦର୍ଶନ କରିଥିବା େକ୍ଷତ୍ରଗୁଡିକ ସଂପର୍କରେ ଅନୁଧ୍ୟାନ କରାଯାଉଛି। ଗଜପତିରେ କୌଣସି ଆସନରେ ବିଜେଡି ଜିତିପାରିଲା ନାହିଁ। ପାରଳାଖେମୁଣ୍ଡିରେ ତିନି ନମ୍ବର ସ୍ଥାନରେ ରହିଲା। ରମେଶ ଜେନାଙ୍କୁ ଅଟକାଇବାରେ ବିେଜଡି ବିଫଳ େହଲା। ସେହିଭଳି ପୁରୀରେ ମହେଶ୍ବର ମହାନ୍ତିଙ୍କୁ ହରାଇଥିବା ଦଳୀୟ େନତାଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ େହାଇଛି।

ଗୋଟିଏ ସୂତ୍ରରୁ କୁହାଯାଉଛି, ପର୍ଯ୍ୟବେକ୍ଷକମାନେ େଦଇଥିବା ରିେପାର୍ଟ ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯାଇଥିଲା। ଏଭଳିସ୍ଥଳେ ଦଳର ଖରାପ ପ୍ରଦର୍ଶନ କାହିଁକି କଲା? ଖାସ୍ ଏହି କାରଣରୁ ଏବେ କିଛି ଯୁବ ନେତା ଓ ପୁରୁଖା ନେତାଙ୍କ ମନ୍ତ୍ରୀ ପଦ ଆଶା ମଉଳିପାରେ? କିଛି େନତା କାରଣ ଦର୍ଶାଅ େନାଟିସ ପାଇପାରନ୍ତି?

ସମ୍ବନ୍ଧିତ ଖବର