ସ୍ବତନ୍ତ୍ର ବସ୍‌ରେ ଲୋକଙ୍କ ପାଖକୁ ଯିବେ ନବୀନ

ପୁରୀ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ବସ୍‌ରେ ବସି ଲୋକଙ୍କ ପାଖକୁ ଯିବେ। ଛୋଟଛୋଟ ସ୍ଥାନରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ କଥା ଶୁଣିବେ ଓ ପ୍ରତିଶ୍ରୁତି ଦେବେ। ସେଥିପାଇଁ ଦିଲ୍ଲୀରୁ ସ୍ବତନ୍ତ୍ର ବସ୍‌ ଆସିଛି। ପ୍ରଚାର ପାଇଁ ଆସିଥିବା ଏହି ବସ୍‌ ଭିତରେ ବେଡ୍‌, ଡାଇନିଂ ଟେବୁଲ୍‌ ଆଦି ପଡ଼ିଛି। ଅତ୍ୟାଧୁନିକ ଶୌଚାଳୟ ବି ରହିଛି। ଏହା ସହ ଆଲୋଚନା କକ୍ଷ ବି ରହିଛି। ଟେଲିଭିଜନ୍‌, ଭିସାଟ୍‌ ବ୍ୟବସ୍ଥା ମଧ୍ୟ ରହିଛି। ଗାଡ଼ି ଚାଳକଙ୍କ ପଛକୁ ରହିଛି ଏକ କ୍ୟାବିନ୍‌। କୌଣସି ସ୍ଥାନରେ ସଭା କରିବାକୁ ଚାହିଁଲେ, ସେହି କ୍ୟାବିନ୍‌ ଭିତର ଚେୟାରରେ ବସିବେ ବା ଛିଡ଼ା ହେବେ। କ୍ୟାବିନ୍‌ଟି ପ୍ରାୟ ୫ ଫୁଟ୍‌ ଉପରକୁ ଉଠି ପାରିବ। ବସ୍‌ଟିକୁ ଏପରି ଡିଜାଇନ୍‌ କରାଯାଇଛି, ତାହା ଉପରେ ନବୀନ ଭାଷଣ ଦେଲେ ଏକ ସଭାମଞ୍ଚରୁ ଭାଷଣ ଦେବା ଭଳି ଲାଗିବ। ଏପରି ବ୍ୟବସ୍ଥା ଥିବା ବସ୍‌ ଏବେ ପ୍ରସ୍ତୁତ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବସ୍‌ ଆସିଛି। ଆଉ ଗୋଟିଏ ବସ୍‌ ଆଣିବାକୁ ଯୋଜନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର