ଭିନ୍ନ ଚେହେରାରେ ଓଡ଼ିଶା ଭୋଟର

ପଞ୍ଚମ ଥରରେ ତିନି ଚତୁର୍ଥାଂଶ ଆସନ ପାଇବାରେ ନବୀନଙ୍କ ରେକର୍ଡ

ଭୁବନେଶ୍ୱର : ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ଲଗାତର ପଞ୍ଚମ ଥର କ୍ଷମତାକୁ ଆସିବା ବେଳେ ତିନି ଚତୁର୍ଥାଂଶରୁ ଅଧିକ ଆସନରେ ଜିତିନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ରେକର୍ଡ କରିଛନ୍ତି। ପଞ୍ଚମ ଥରରେ ବିେଜଡି ୧୪୬ ଆସନରୁ ୧୧୨ଟି ଦଖଲ କରିଛି।

ସମସ୍ତ ୭ଟି ବିଧାନସଭା ଆସନ ବିେଜଡି ଜିତିଲା, ଭଲ େଭାଟରେ। ମୁଖ୍ୟମନ୍ତ୍ରୀ ନିଜେ ବିଜେପୁରରେ ୫୭ହଜାର ୧୨୨, ବରଗଡରେ ଦେବେଶ ଆଚାର୍ଯ୍ୟ ୮ ହଜାର ୪୫୨, ଝାରସୁଗୁଡାରେ ନବ ଦାସ ୪୫ ହଜାର ୬୯୯, ବ୍ରଜରାଜନଗରରେ କିେଶାର ମହାନ୍ତି ୧୧ ହଜାର ୬୩୪, ପଦ୍ମପୁରରେ ବିଜୟ ରଂଜନ ସିଂହ ବରିହା ୫ ହଜାର ୭୩୪, ଭଟଲିରେ ସୁଶାନ୍ତ ସିଂ ୨୩ ହଜାର ୨୩୨ ଓ ଅତାବିରାରେ େସ୍ନହାଙ୍ଗିନି ଛୁରିଆ ୨୨ ହଜାର ୩୯୬ େଭାଟରେ ବିଜୟୀ େହାଇଛନ୍ତି। କିନ୍ତୁ େଲାକସଭା ଆସନ ବିେଜପି ହାତକୁ ଗଲା, ପାଖାପାଖି ୬୩ ହଜାର ୯୩୯ େଭାଟ ବ୍ୟବଧାନରେ। ବରଗଡ େଲାକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇ ଜିତିଲେ ବିେଜପିର ବରିଷ୍ଠ େନତା ସୁରେଶ ପୂଜାରୀ।

୨୦୧୯ ଜନାଦେଶର ଏ ନିଷ୍କର୍ଷ ଜାତୀୟ ରାଜନୀତିରେ ଏବେ ବଡ଼ ବିତର୍କର ବିଷୟ େହଲାଣି। ନବୀନଙ୍କ ମ୍ୟାଜିକ୍ ଓ ଜିତିବାର ରହସ୍ୟ ଉପରେ ଜାତୀୟ ଗଣମାଧ୍ୟମ ଚର୍ଚ୍ଚା କରିବା ସହିତ କେଉଁ ପରିସ୍ଥିତିରେ କୌଣସି ବିଧାନସଭା ଆସନ ନ ଜିତି ବିଜେପି ଏହି ଆସନକୁ ଦଖଲ କଲା (ସ୍ଲିପ୍ଟ େଭାଟିଂ), ତାହା ରାଜନୈତିକ ବିେଶଷଜ୍ଞ ମହଲକୁ ଆଚମ୍ବିତ କରୁଛି।

ବିରଳ: ସବୁ ବିଧାନସଭା ଜିତି ବି ବରଗଡ଼ ଲୋକସଭା ହରାଇଲା ବିଜେଡି
୩୩% ମହିଳା ଲୋକସଭାକୁ ଗଲେ, ୧୩ ମହିଳା ବିଧାନସଭାରେ
ବିଜେଡିକୁ ରେକର୍ଡରୁ ବଞ୍ଚିତ କଲା ମୟୂରଭଂଜ, ସୁନ୍ଦରଗଡ଼ ଜିଲ୍ଲା
୧୦୪ ଆସନର ବିେଜଡି ସହ ଯୁଝି ୨୩ରେ ଅଟକିଲା ବିଜେପି
୧ଲକ୍ଷ ଭୋଟ ପାଇଥିଲେ ଛଡ଼ାଇଥାନ୍ତା ଆଉ ୨୧ ବିଧାନସଭା ଆସନ
୭୭ ହଜାର ଭୋଟ ନେଇଥିଲେ, ଆଉ ୩ ଲୋକସଭା ଜିତିଥାନ୍ତା ବିଜେପି
ବିଜେଡି ଓ କଂଗ୍ରେସର ୫.୫% ଭୋଟର ମୋଦୀଙ୍କୁ ସମର୍ଥନ ଦେଲେ
ରାଜଶ୍ରୀଙ୍କୁ ଲୋକସଭାରେ ଓ ବିଧାନସଭାରେ ସୌମ୍ୟରଂଜନଙ୍କୁ ଅଧିକ ସମର୍ଥନ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିେପାର୍ଟ ଅନୁସାରେ, ବିଜେଡି ୧୧୨ଟି ଆସନ ଦଖଲ କରିଥିବା ବେଳେ ୨୩ଟି ବିଜେପି, ୯ଟି କଂଗ୍ରେସ, େଗାଟିଏ ସିପିଏମ୍ ଏବଂ ଆଉ େଗାଟିଏ ଆସନରେ ସ୍ବାଧୀନ ସଭ୍ୟ ଜିତିଛନ୍ତି। େଲାକସଭାରେ ବିେଜଡିକୁ ୧୨ଟି, ବିେଜପିକୁ ୮ଟି ଓ କଂଗ୍ରେସକୁ େଗାଟିଏ ଆସନ ମିଳିଛି।

ରାଜନୈତିକ ପର୍ଯ୍ୟବେକ୍ଷକ ନିର୍ବାଚନ ଫଳାଫଳକୁ ନେଇ େପାଷ୍ଟମର୍ଟମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର େଲାକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଏ ମଧ୍ୟରୁ ୫ଜଣ ନିର୍ବାଚନ ଜିତିଛନ୍ତି। ହେଲେ ସଂଯୋଗବଶତଃ ବିଜେପିରୁ ୨ଜଣ ସାଂସଦ ଜିତିଥିବା ପରିପ୍ରେକ୍ଷୀରେ ଏବେ ଓଡ଼ିଶାରୁ େଲାକସଭାକୁ (ନବୀନଙ୍କ ପ୍ରସ୍ତାବ କ୍ରମେ ବିଧାନସଭାରେ େହାଇଥିବା ସଂକଳ୍ପ ଆଧାରରେ) ୩୩% ମହିଳା ପ୍ରତିନିଧିତ୍ବ କରିବେ। େସହିଭଳି ଏଥର ୧୩ଜଣ ମହିଳା ବିଧାନସଭାକୁ ନିର୍ବାଚିତ େହାଇଛନ୍ତି। ପୂର୍ବଥର ଏହା ୧୨ ଥିଲା।

ଟିକେଟ ପାଇଁ େଢର୍ ଲଢାଇ କରି େଲାକସଭା ଟିକେଟ୍ ହାତେଇଥିବା ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଏଥର େଲାକସଭାରେ ସର୍ବାଧିକ (୨ଲକ୍ଷ ୭୧ହଜାର ୬୫୫) ବ୍ୟବଧାନରେ ବିଜୟୀ େହାଇଛନ୍ତି। ଏପଟେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସର୍ବାଧିକ ୮୧ହଜାର ୪୩୦ ହଜାର େଭାଟ ବ୍ୟବଧାନରେ ନିର୍ବାଚିତ େହାଇଥିବା ବେଳେ ଏଠାରେ ବିେଜପିକୁ ମାତ୍ର ୧୦.୪୧% େଭାଟ ମିଳିଛି।

ରାଜନୈତିକ ମହଲର ତଥ୍ୟ ଅନୁସାରେ, ମାତ୍ର ୭୭ ହଜାର େଭାଟ େହାଇଥିଲେ, ପୁରୀ, ଭଦ୍ରକ, େଢଙ୍କାନାଳ େଲାକସଭା ଆସନ ବିେଜପି ଖାତାକୁ ଚାଲିଯାଇଥାନ୍ତା। ୨୦୧୪ ବିଧାନସଭାରେ ମାତ୍ର ୧୦ଟି ଆସନ ଜିତିଥିବା ବିଜେପି କିନ୍ତୁ ଏଥର ୧୦୪ଟି ଆସନରେ ବିେଜଡି ସହିତ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଥିଲା। ଦଳ େସଥିରୁ ୨୩ଟି ଆସନରେ ଜିତିଛି। ବାକି ୮୧ଟି ଆସନରେ ଦ୍ବିତୀୟ ସ୍ଥାନରେ ରହି ରାଜ୍ୟରେ ପ୍ରମୁଖ ବିେରାଧୀ ଦଳର ମାନ୍ୟତା ହାସଲ କରିଛି। କୌତୂହଳର କଥା େହଲା, ମାତ୍ର ଲକ୍ଷେ େଲାକଙ୍କ ସମର୍ଥନ ମିଳିଥିଲେ, ବିେଜପି ଆଉ ୨୧ ଆସନ ଦଖଲ କରିଥାନ୍ତା। କଣ୍ଟାବାଞ୍ଝି, ପର୍ଜଙ୍ଗ, ବଡଚଣା,େଗାପାଳପୁର ଆଦିକୁ ହିସାବ କଲେ ଏ ସୂଚନା ମିଳୁଛି।

ଏପଟେ ବିଜେଡି ଚିତ୍ରକୁ ଦେଖିଲେ, ମୟୂରଭଂଜ ଓ ସୁନ୍ଦରଗଡର ବିପର୍ଯ୍ୟୟ କାରଣରୁ ବିେଜଡି ବିଧାନସଭାରେ ବିଜୁ ବାବୁଙ୍କ ସରକାରର ରେକର୍ଡ ଭାଙ୍ଗିବାରେ ଅସମର୍ଥ େହାଇଛି। ଏହି ଦୁଇ ଜିଲ୍ଲାର ୧୬ ଆସନ ମଧ୍ୟରୁ ୧୧ଟିରେ ହାରିଛନ୍ତି ବିେଜଡି ପ୍ରାର୍ଥୀ। ୨୦୧୪ରେ ମୟୂରଭଂଜରେ ଏକପାଖିଆ ନିର୍ବାଚନ ଜିତିଥିଲା ଶାସକ ଦଳ। ହେଲେ ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟର ସୂଚନା ମିଳିଥିଲା। ହେଲେ, ବିେଜଡିର ମୁଖ୍ୟ କାର୍ପଟଦାରମାନଙ୍କ ଅଙ୍କ ଓ ରଣନୀତି ପରିସ୍ଥିତିରେ ସୁଧାର ଆଣିପାରିନାହିଁ। କ୍ଷତି କେବଳ ସେତିକିରେ ସୀମିତ ନାହିଁ। ମୟୂରଭଂଜରେ ଖରାପ ଫଳ କାରଣରୁ ମୟୂରଭଂଜ ଓ ବାଲେଶ୍ବର େଲାକସଭା ଆସନରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡିଛି।

ଆଶ୍ବାସନାର କଥା େହଉଛି, ଜଗତସିଂହପୁର, ବରଗଡ, ଯାଜପୁର, େକନ୍ଦ୍ରାପଡା, କନ୍ଧମାଳ ଓ ବିଜେପିର ଗଡ େବାଲି କୁହାଯାଉଥିବା େଢଙ୍କାନାଳ େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିେଜଡି ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଆସ୍କା, କଟକ, େକନ୍ଦୁଝର, ଭୁବନେଶ୍ବର ଭଳି େଲାକସଭା ଆସନରେ ବିେଜଡି େଗାଟିଏ େଲଖାଏଁ ଆସନରେ ପରାସ୍ତ େହାଇଛି ଓ ଅନ୍ୟ ୬ଟିକୁ ଦଖଲ କରିଛି।

ନିର୍ବାଚନ ଗଣିତକୁ ଆଉ ଟିକିଏ ତର୍ଜମା କରି ଦେଖିଲେ ଜଣାପଡୁଛି େଯ ୨୦୧୪ ନିର୍ବାଚନରେ ବିଜେଡି ୪୩.୯% େଭାଟ ପାଇଥିବା ବେଳେ ୨୦୧୯ରେ ଅର୍ଥାତ୍ ପଞ୍ଚମ ଥରରେ ଅଧିକ େଭାଟର ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି। ସେବେ ୯୭ଲକ୍ଷ ୬୩ ହଜାର େଭାଟର ବିଜେଡି ସପକ୍ଷରେ ଥିଲେ, ଏବେ ତାହା ୪୪.୮%ଅର୍ଥାତ୍ ୧େକାଟି େଡଇଁଯାଇଛି। ହେଲେ େମାଦୀ ଝଡ଼ ସତ୍ତ୍ବେ ପାଖାପାଖି ୧ ପ୍ରତିଶତରୁ ଅଧିକ େଭାଟର ନବୀନଙ୍କୁ ବିଧାନସଭାରେ େଭାଟ େଦଇଥିଲେ ହେଁ, େଲାକସଭାରେ ବିଜେପି ସପକ୍ଷରେ ନିଜ ରାୟ ଶୁଣାଇଛନ୍ତି। ଏ େକ୍ଷତ୍ରରେ ବିଜେଡିର େଭାଟ ପ୍ରତିଶତ ୪୪.୮% ପ୍ରତିଶତ ଥିଲା, କମି ୪୩.୭%ରେ ପହଞ୍ଚିଛି।

ସେହିଭଳି ବିେରାଧୀ ଦଳ କଂଗ୍ରେସ ବିଧାନସଭାରେ ୨୦୧୪ରେ ୫୮ଲକ୍ଷ ୧୩ ହଜାର େଭାଟ ପାଇଥିଲା। କିନ୍ତୁ ପାଖାପାଖି ୨୦ଲକ୍ଷ ୫୦ ହଜାର େଭାଟର ହାତରୁ ମୁହଁ େଫରାଇ େନଇଛନ୍ତି ୨୦୧୯ରେ। ପରିଣାମ େହଲା, ବିଧାନସଭାରେ କଂଗ୍ରେସ େଭାଟ ପ୍ରତିଶତ ୧୬.୧୫ ପ୍ରତିଶତକୁ ଖସିଆସିଛି। େଲାକସଭା େକ୍ଷତ୍ରରେ ଏକ ବଡ଼ ବିଲକ୍ଷଣ େହଲା, େଯଉଁ କଂଗ୍ରେସ େଭାଟର ବିଧାନସଭାରେ ଦଳ ସପକ୍ଷରେ େଭାଟ େଦଇଛନ୍ତି, େସମାନଙ୍କ ମଧ୍ୟରୁ ପାଖାପାଖି ୩%ରୁ ଅଧିକ ରାହୁଲ ଗାନ୍ଧୀଙ୍କ େନତୃତ୍ବକୁ ପ୍ରତ୍ୟାଖ୍ୟାନ କରି ନରେନ୍ଦ୍ର େମାଦୀଙ୍କ ସପକ୍ଷରେ େଭାଟ ପକାଇଛନ୍ତି। କଂଗ୍ରେସର େଭାଟ ପ୍ରତିଶତ େଲାକସଭାରେ କମି ୧୩.୩୬% େହାଇଛି।

ପଞ୍ଚାୟତ ନିର୍ବାଚନ େବଳକୁ ରାଜ୍ୟରେ ଶକ୍ତି ବୃଦ୍ଧି କରିସାରିଥିବା ବିଜେପିର ଯାଦୁ ବିଧାନସଭାରେ କାମ କରିନଥିଲେ େହଁ, େଲାକସଭା େକ୍ଷତ୍ରରେ କିଛିଟା ଅଧିକ ପ୍ରଭାବ ପକାଇଛି। ଏମିତି ପାଖାପାଖି ୫.୫ ପ୍ରତିଶତରୁ ଅଧିକ େଭାଟ ବଳରେ ଓ ନବୀନଙ୍କ ପ୍ରଚଣ୍ଡ ପ୍ରଭାବ େରାକିବା ସତ୍ତ୍ବେ ବିଜେପି େଲାକସଭାରେ ୯୦ଲକ୍ଷରୁ ଅଧିକ େଭାଟ ପାଇବାକୁ ସକ୍ଷମ େହାଇଛି। ୨୦୧୪ରେ େମାଦୀଙ୍କ ହାଵା ଥାଇ ଦଳକୁ ୪୯ଲକ୍ଷ ୯୯ ହଜାର େଭାଟ ମିଳିଥିଲା। ସେହିଭଳି ବିଧାନସଭାରେ ବିଜେପିକୁ ଗତଥର ୪୧ଲକ୍ଷ ୩୧ ହଜାର େଭାଟର ସମର୍ଥନ କରିଥିଲେ। ଏଥର ପାଖାପାଖି ୩୪ଲକ୍ଷରୁ ଅଧିକ େଭାଟର ଅଧିକ ବିଜେପି ଖାତାରେ େଯାଡି େହାଇଛନ୍ତି ଓ ଦଳର େଭାଟ ସଂଖ୍ୟା ୭୫ଲକ୍ଷ େଡଇଁଯାଇଛି। ବିଧାନସଭାରେ ବିଜେପିକୁ ୩୨.୩୭ ପ୍ରତିଶତ େଭାଟର ସମର୍ଥନ କରିଥିବା ବେଳେ େଲାକସଭାରେ ଏହି ହାର ୩୮ ପ୍ରତିଶତକୁ ଛୁଇଁଯାଇଛି।

ଏଠାେର ଉଲ୍ଲେଖଥାଉକି, ଭାରତର ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ, ୨୦୧୯ ନିର୍ବାଚନରେ ବିଜେଡି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବେ ୪୪.୭୧% େଭାଟ ପାଇଛି। ବିଜେପିକୁ ୩୨.୫୦%, କଂଗ୍ରେସକୁ ୧୬.୧୨%, ସିପିଆଇକୁ ୦.୧୨%, ସିପିଏମକୁ ୦.୩% ମିଳିଥିବା ବେଳେ େନାଟାରେ ୧.୫% େଭାଟ ପଡିଛି।

ସମ୍ବନ୍ଧିତ ଖବର