ଭୁବନେଶ୍ୱର: ଏକ ସଶକ୍ତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟବାସୀ ଜନାଦେଶ ଦେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ସବୁମତେ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଗତ ସୋମବାର ଦିନ ରାଜ୍ୟପାଳ ଗୃହରେ ଦେଇଥିବା ଅଭିଭାଷଣ ପାଇଁ ତାଙ୍କୁ ଧନ୍ୟବାଦ ଦେବା ଲାଗି ଆଗତ ପ୍ରସ୍ତାବ ଉପରେ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର ବିକାଶ ଏବଂ ସାଢ଼େ ୪କୋଟି ରାଜ୍ୟବାସୀଙ୍କ କଲ୍ୟାଣ ସରକାରଙ୍କ ଏକମାତ୍ର ଏଜେଣ୍ଡା। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗ ନୀତି ଅବଲମ୍ବନ କରିବେ। ଏହାର ସୂଚନା ନିର୍ବାଚନ ଇସ୍ତାହାରରେ ଦିଆଯାଇଥିଲା ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2019/06/download-6-1.jpg)
ରାଜ୍ୟର ସେବା କରିବା ପାଇଁ ଆଉ ଏକ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସଙ୍ଗେସଙ୍ଗେ କହିଥିଲେ ଯେ, ‘ଜନସାଧାରଣଙ୍କର ଆର୍ଶୀବାଦରେ ଆମେ ରାଜ୍ୟରେ ଏକ ନିର୍ମଳ, ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦେବା ପାଇଁ ଆମର ଉଦ୍ୟମ ଜାରି ରଖିବୁ।
‘ଗତ ୧୯ବର୍ଷ ହେଲା ଆମେ ଦେଇଥିବା ଆମର ନିର୍ବାଚନୀ ପ୍ରତିଶ୍ରୃତି ପୂରଣ କରିଛୁ। ଆମେ ଆମର ସଫଳତାରେ ଗର୍ବିତ’’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଶପଥ ଗ୍ରହଣ ଦିନ ରାଜ୍ୟର ପ୍ରଥମମନ୍ତ୍ରୀ ପରିଷଦ ବୈଠକ ଡକା ଯାଇଥିଲା। ଏବଂ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ନିର୍ବାଚନୀ ପ୍ରତିଶ୍ରୃତି ପାଳନ କରାଯିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ଶ୍ରୀପଟ୍ଟନାୟକ ପ୍ରକାଶ କରିଥିଲେ।
କୃଷି, ମହିଳା ସଶକ୍ତୀକରଣ, ଗୁଣାତ୍ମକ ଶିକ୍ଷା, କଚା ଘରେ ରହୁଥିବା ସମସ୍ତ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ଏବଂ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-5-4.jpg)