ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ହୋଇପାରିନାହିଁ। ଏହାକୁ ନେଇ ଏବେ ଅସନ୍ତୋଷ ଦେଖାଦେବାରେ ଲାଗିଛି। ଏହିପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଞ୍ଚ୍‌ ସ୍ଥାପନ ନେଇ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ପୂର୍ବରୁ ୨୦୧୩ ଓ ୨୦୧୪ ମସିହାରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିିଧା ନିମନ୍ତେ ସେଠାରେ ଏକ ସ୍ଥାୟୀ ବେଞ୍ଚ ଜରୁରୀ ବୋଲି ନବୀନ କହିଛନ୍ତି।

ଅନ୍ୟପଟେ ସମାନ ଦାବି ନେଇ ଆଜି ସମ୍ବଲପୁର ଓକିଲ ସଂଘ ତରଫରୁ ବିଚାର ବିଭାଗୀୟ ଅଦାଲତକୁ ବନ୍ଦ କରିବା ସହିତ କଚେରି ଛକଠାରେ ବନ୍ଦ ପାଳନ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୋଇପାରିନଥିବା ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି ଠାରୁ ରାଜସ୍ୱ ଅଦାଲତଗୁଡିକ ମଧ୍ୟ ବନ୍ଦ କରିବ ବୋଲି ନିଷ୍ପତି ନେଇଛି ଓକିଲ ସଂଘ।

ସମ୍ବନ୍ଧିତ ଖବର