ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିିଛନ୍ତି।
ଏହି ସଂକଳ୍ପକୁ ସାକାର ତଥା ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡିବା ସହିତ ସମସ୍ତଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଏହି ବିଲ୍ କିପରି ଆଗାମୀ ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହୋଇପାରିବ,ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତିି ନବୀନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/YtW8mIR-_400x400.jpg)