‘ସମ୍ବାଦ’ ରିପୋର୍ଟ ଉପରେ ତନାଘନା ଆରମ୍ଭ : କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଏକାଠି ଚେଇଁଲେ ସମସ୍ତେ, ସଂସ୍କୃତି ସଚିବ-ଏଏସ୍ଆଇ ଆଲୋଚନା ଆଜି, ୧୩ରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଣାର୍କ ସୁରକ୍ଷା ବୈଠକ

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତି କାଢିେନଇ ତା ସ୍ଥାନରେ ସମତଳ ପଥର ଲଗାଯିବା ସଂପର୍କରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କର ଚୈତନ୍ୟୋଦୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି। ‘ସମ୍ବାଦ’ ରିେପାର୍ଟ ଉପରେ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଏଏସ୍ଆଇର କାରନାମା ସଂକ୍ରାନ୍ତରେ ଆପତ୍ତି ଉଠାଇବା ସହିତ ଏହାର ତଦନ୍ତ କରିବା ଲାଗି ଦାବି ଜଣାଇଛନ୍ତି। ବିଶ୍ବ ଐତିହ୍ୟ ‌କ୍ଷେତ୍ରର ସଂରକ୍ଷଣ ନେଇ ତତ୍କାଳ ପଦକ୍ଷେପ ନେବା ଲାଗି ଏଏସ୍ଆଇକୁ ଆବଶ୍ୟକ ନିେର୍ଦଶ ବା ତାଗିଦ୍ କରିବା ଉପରେ ମଧ୍ୟ ଏହି ଚିଠିରେ ଗୁରୁତ୍ବାେରାପ କରାଯାଇଛି।

କେବଳ ସେତିକି ନୁେହଁ, ଆସନ୍ତାକାଲି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଏଏସ୍ଆଇ ଅଧିକାରୀଙ୍କୁ ନେଇ ଏକ ବୈଠକ ଡାକିଛନ୍ତି, ଯେଉଁଥିେର ସ୍ଥିତିର ସମୀକ୍ଷା କରିେବ। ଅନ୍ୟପଟେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଥିବା କୋଣାର୍କ ସୁରକ୍ଷା କମିଟି ବୈଠକ ଆସନ୍ତା ୧୩ ତାରିଖରେ ଡକାଯାଇଛି। ଦୀର୍ଘ ୭ ବର୍ଷ ପରେ ଦ୍ବିତୀୟ ଥର ଏହି ବୈଠକ ବସିବ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିେର ଦର୍ଶାଇଛନ୍ତି, ଦୈନିକ ଖବରକାଗଜ ‘ସମ୍ବାଦ’ର ୯ ତାରିଖ ସଂସ୍କରଣରେ ବିଶ୍ବ ଐତିହ୍ୟ କ୍ଷେତ୍ର କୋଣାର୍କର ସଂରକ୍ଷଣ ‌ କ୍ଷେତ୍ରରେ ସାଂଘାତିକ ଅବହେଳା ସଂପର୍କରେ ଉେଲ୍ଲଖ କରାଯାଇଛି। ଖବରକାଗଜ ନକଲ ସଂଲଗ୍ନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଣାର୍କରେ ଲାଗିଥିବା ମୂଳ ପଥର ଖଚିତ କାରୁକାର୍ଯ୍ୟରୁ ହଜାଇ ଦେଇ ତା ସ୍ଥାନରେ ସାଧା ପଥର ଲଗାଯାଉଛି। ୟୁେନସ୍କୋ ଏହି ସୂର୍ଯ୍ୟ େଦବତାଙ୍କ ମନ୍ଦିରକୁ ବିଶ୍ବଐତିହ୍ୟର ମାନ୍ୟତା ଦେଇଛି। ଏଥିେର ସମକାଳୀନ ଜୀବନ ଓ ଗତିବିଧିର ଅଳଙ୍କରଣ ବା ଚିତ୍ରଣ କରାଯାଇଛି। ଏହା ଉଭୟ ଘରୋଇ ଓ ବିେଦଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର େକନ୍ଦ୍ର ବିନ୍ଦୁ।

ମୁଖ୍ୟମନ୍ତ୍ରୀ ଆହୁରି ଉେଲ୍ଲଖ କରିଛନ୍ତି, େକାଣାର୍କର ସୂର୍ଯ୍ୟମନ୍ଦିର ମନ୍ଦିର ବାସ୍ତୁକଳାର ଉତ୍କର୍ଷତାକୁ େକବଳ ପ୍ରତିପାଦିତ କରୁଛି ତା ନୁେହଁ, ଏହା ଓଡ଼ିଶାବାସୀଙ୍କ ଗର୍ବର ପ୍ରତୀକ ଏବଂ ଏହା ସହିତ ଓଡ଼ିଆବାସୀଙ୍କ ଭାବାେବଗ େଯାଡି େହାଇ ରହିଛି। ତ୍ରୟୋଦଶ ଶତାବ୍ଦୀର ଲାଙ୍ଗୁଳା ନରସିଂହ େଦବ ବାରଶହ ବଢେଇଙ୍କ ସହାୟତାରେ ଏହି ମନ୍ଦିର ନିର୍ମାଣ କରିଥିେଲ। ଏେବ ଏହି ଐତିହ୍ୟ କୀର୍ତିରାଜିର ମୁଖଶାଳା େକବଳ ରହିଛି। ଏହା ମଧ୍ୟ ଧୀେର ଧୀେର କ୍ଷୟ େହବାରେ ଲାଗିଲାଣି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ‘ସମ୍ବାଦ’ ରିପୋର୍ଟରେ ଉଲ୍ଲେଖ ରହିଛି, ମୁଖଶାଳାର ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଗଲାଣି ଓ ତା ସ୍ଥାନରେ ଏଏସ୍ଆଇ ସାଧା ପଥରଖଣ୍ଡ ଲଗାଇ ଦେଇଛି। ଏହି ତଥ୍ୟ ଆମ ସମସ୍ତଙ୍କୁ ଆେନ୍ଦାଳିତ କରୁଛି। ମୋର ଅନୁଭବ ହେଉଛି, ଏଏସ୍ଆଇ କୋଣାର୍କ ମନ୍ଦିରକୁ ବର୍ତମାନ ଯେତିକି ଗୁରୁତ୍ବ ଦେଉଛି, ତା ତୁଳନାେର ଅଧିକ ଧ୍ୟାନ ଦେବା ଜରୁରି। କୋଣାର୍କ ମନ୍ଦିର ଠିକଣା ଭାବେ ସଂରକ୍ଷଣ ହେବା ସହିତ ଏହାର କଳା ଓ ସୌନ୍ଦର୍ଯ୍ୟର ମୂଲ୍ୟ ପ୍ରତି ଧ୍ୟାନ ଦିଆଯିବା ଉଚିତ୍ େବାଲି େକନ୍ଦ୍ରମନ୍ତ୍ରୀଙ୍କୁ ସତର୍କ କରାଇଛନ୍ତି।

ଏପଟେ କୋଣାର୍କ ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆସନ୍ତା ୧୩ ତାରିଖରେ ବୈଠକ ଡାକିଛନ୍ତି। ସଚିବାଳୟରେ ଡକାଯାଇଥିବା ଏହି ବୈଠକରେ ଏଏସ୍‌ଆଇ ଅଧିକାରୀଙ୍କ ସହ କାକଟପୁର ଓ ନିମାପଡ଼ା ବିଧାୟକ, ପୁରୀ ଜିଲ୍ଲାପାଳ, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଡକାଯିବ। ୨୦୧୧ ମସିହାରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରଥମ ବୈଠକ େନଇଥିେଲ। ହେଲେ ଏହି ବୈଠକରେ କି ନିଷ୍ପତ୍ତି ନିଆଯାଇଥିଲା, େସ ସଂକ୍ରାନ୍ତ ବିବରଣୀ ବିବରଣୀ ସଂସ୍କୃତି ବିଭାଗ ନିକଟରେ ନଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ହିଁ ସୂଚାଇ େଦଉଛି ଯେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ଲକ୍ଷ୍ୟ କରି ଏଏସ୍ଆଇ େକାଣାର୍କ ଭଳି ବିଶ୍ବସ୍ତରୀୟ ଐତିହ୍ୟ କୀର୍ତିରାଜିର ସଂରକ୍ଷଣ ଦିଗରେ ଯେତିକି ତତ୍ପରତା େଦଖାଇବା କଥା ତାହା କରିନାହିଁ। ବରଂ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ପରିଣାମ େହଲା, େକାଣାର୍କ ସୂର୍ଯ୍ୟମନ୍ଦିର ଏବେ ବିକୃତ େଦଖାଯିବା ଆରମ୍ଭ କଲାଣିି। କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ସଂଖ୍ୟା ବି କମିବାରେ ଲାଗିଛି।

ସମ୍ବନ୍ଧିତ ଖବର