ପଞ୍ଚମ ଇନିଂସ ଆରମ୍ଭ, ୧୧ କ୍ୟାବିନେଟ, ୯ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

ପ୍ରେମ, ଗୀତା, ବିଶିଷ୍ଟ ବ୍ୟକ୍ତି ଯୋଗଦେଲେ, ସଚିବାଳୟରେ ସମ୍ୱର୍ଧନା, ସରକାରୀ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର : “ମୁଁ ନବୀନ ପଟ୍ଟନାୟକ ଈଶ୍ୱରଙ୍କ ନାମରେ ଶପଥ କରୁଛି…..।’

୨୦୧୪, ମେ’ ୨୧ ତାରିଖ ଦିନ ନବୀନ ଏଭଳି ଶପଥ ନେଇଥିଲେ। ପାଞ୍ଚ ବର୍ଷ ପରେ ଆଜି ସେ ପୁଣି ଏହା ଦୋହରାଇଛନ୍ତି। କିନ୍ତୁ ଏଥର ପୂର୍ବଥରମାନଙ୍କ ଭଳି ରାଜଭବନରେ ନୁେହଁ। ପ୍ରଦର୍ଶନୀ ପଡିଆରେ। େସଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ େଗାପନୀୟତାର ଶପଥ ପାଠ କରାଇଛନ୍ତି। ନବୀନଙ୍କ ସହ ୧୧ କ୍ୟାବିନେଟ୍ ମନ୍ତ୍ରୀ ଓ ୯ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।

ଏଥିସହିତ ଆରମ୍ଭ ହୋଇଛି ନବୀନଙ୍କ ଅସରନ୍ତି ରାଜ୍‍ର ପଞ୍ଚମ ଇନିଂସ। ଶପଥ କାର୍ଯ୍ୟକ୍ରମ େଶଷ ପରେ ତତ୍କାଳ ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇ ସରକାରୀ କାର୍ଯ୍ୟ ବି ଆରମ୍ଭ କରିଦେଇଛନ୍ତି।
୨୦୦୦ ମାର୍ଚ ୫ ତାରିଖରୁ ନବୀନ ରାଜ୍ୟ ଶାସନ ଦାୟିତ୍ବ େନଇଥିଲେ। ସେବେଠୁ କେବଳ ମନ୍ତ୍ରିମଣ୍ଡଳ ଅଦଳବଦଳ େହଉଛି, ରାଜ୍ୟପାଳ ବଦଳୁଛନ୍ତି। କିନ୍ତୁ େସ ଶାସନରେ ସେମିତି ରହିଛନ୍ତି।

ବୁଧବାର ନବୀନଙ୍କ ସହିତ ଶପଥ େନଇଥିବା କ୍ୟାବିନେଟ ମନ୍ତ୍ରୀମାନେ ହେଲେ ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ପଦ୍ମନାଭ େବହେରା, ସୁଶାନ୍ତ ସିଂହ ଓ ନବ କିେଶାର ଦାସ।

ରାଷ୍ଟ୍ରମନ୍ତ୍ରୀ ଭାବେ ପଦ୍ମିନୀ ଦିଆନ, ଅେଶାକ କୁମାର ପଣ୍ଡା, ସମୀର ରଂଜନ ଦାସ, େଜ୍ୟାତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, େପ୍ରମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ଶପଥ େନଇଛନ୍ତି।

ପୂର୍ବାହ୍ନ ୧୦ଟା ୪୫ମିନିଟ୍‍ରେ ପ୍ରଦର୍ଶନୀ ପଡିଆରେ ଆେୟାଜିତ ସ୍ବତନ୍ତ୍ର ଉତ୍ସବରେ ଆଜି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ େହାଇଥିଲା। ବିଶାଳ ମଞ୍ଚ ତିଆରି େହାଇଥିଲା। ଅତିଥି,ସାମ୍ବାଦିକ, ବିଭିନ୍ନ ବର୍ଗର େଲାକଙ୍କ ପାଇଁ ବିଶାଳ ତମ୍ବୁ ଭିଡାଯାଇଥିଲା। ପାଖାପାଖି ପାଞ୍ଚ ହଜାର ଅତିଥି ବସିବା ପାଇଁ ଚୌକି ପଡିଥିଲା।

ମନ୍ତ୍ରୀମାନେ ବେଶ୍‍ ପୂର୍ବରୁ ଆସି ମଞ୍ଚ ଉପରେ ବସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭଉଣୀ ଗୀତା େମହେଟ୍ଟା ଓ ଭାଇ ପ୍ରେମ ପଟ୍ଟନାୟକ ଏକାଠି ଆସି ତଳେ ଅପେକ୍ଷା କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚିବା ପରେ ତାଙ୍କ ସହ ନବୀନ ବି ଯାଇଥିଲେ ମଞ୍ଚକୁ। ମଞ୍ଚ ତଳେ ଭଉଣୀ ଗୀତା େମହେଟ୍ଟା ଓ ଭାଇ େପ୍ରମ ପଟ୍ଟନାୟକ ଆଗଧାଡିରେ ବସିଥିଲେ।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟପାଳଙ୍କ ଅନୁମତି ନେଇ ଶପଥ ପାଠ ଉତ୍ସବ ଆରମ୍ଭ କରିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରିଥିଲେ ଇଂରାଜିରେ। ଶପଥପାଠରେ ଦୁଇଟି ଅଂଶ ଥିଲା- ଗୋଟିଏ ପଦ, ଅନ୍ୟଟି ଗୋପନୀୟତା। ଦର୍ଶକମାନେ ତାଳିମାରି ସ୍ବାଗତ କରିଥିଲେ, ମହିଳା ହୁଳୁହୁଳି ପକାଇଥିଲେ। ଭଉଣୀ ଗୀତା ବି ତାଳି ମାରିଥିଲେ।

ତା’ ପରେ ଜଣକ ପରେ ଜଣେ ମନ୍ତ୍ରୀ ଶପଥ ନେଇଥିଲେ। ଆରମ୍ଭ େହାଇଥିଲା ପ୍ରଫୁଲ୍ଲ ମଲ୍ଲିକଙ୍କ ଠାରୁ। ସେ ଓଡ଼ିଆରେ ଶପଥ ନେଇଥିଲେ। ୧୭ଜଣ ମନ୍ତ୍ରୀ ଓଡିଆରେ ଶପଥ ପାଠ କରିଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରେମାନନ୍ଦ ନାୟକ ଇଂରାଜିରେ ଓ ସୁଦାମ ମାରାଣ୍ଡି ସାନ୍ତାଳି ଭାଷାରେ ପଢିଥିଲେ।

ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରତି ମନ୍ତ୍ରୀଙ୍କୁ ତିନିଟି ଖାତାରେ ଦସ୍ତଖତ କରିବାକୁ ପଡୁଥିଲା, ଯେଉଁଥିରେ ରାଜ୍ୟପାଳ ବି ଦସ୍ତଖତ କରୁଥିଲେ।

େସହିଭଳି ଶପଥ ପାଠ ପରେ ମନ୍ତ୍ରୀମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। କେତେଜଣ ରାଜ୍ୟପାଳଙ୍କ ସହିତ ହାତ ମିଳାଇଥିଲେ, ଆଉ କେତେଜଣ ନମସ୍କାର ଜଣାଇ େଫରିଯାଇଥିଲେ।

ପାଖାପାଖି ଘଣ୍ଟାଏ ଭିତରେ ଏ କାର୍ଯ୍ୟକ୍ରମ ସରିଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଛଡା ଶପଥ ପାଠ ବେଳେ କିନ୍ତୁ ଦର୍ଶକଙ୍କ ମଧ୍ୟରେ ସେଭଳି କିଛି ଉତ୍ସାହ ଭରା ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। କାଁ ଭାଁ କେତେବେଳେ କେମିତି ତାଳି ମାଡ ହେଉଥିଲା। ସ୍ଲୋଗାନ୍‍ ନଥିଲା କି ବିଜୟ ଧ୍ୱନୀ ଶୁଣାଯାଇନଥିଲା ।

ଶପଥ ପାଠ ଉତ୍ସବର ଶେଷ ଭାଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀମାନେ ଧାଡି ହୋଇ ଛିଡାହୋଇଥିଲେ, ଫଟୋ ପର୍ବ ପାଇଁ ।

ଶପଥ ପାଠ କାମ ସାରି ମୁଖ୍ୟମନ୍ତ୍ରୀ ସିଧା ଯାଇଥିଲେ ସଚିବାଳୟ। ସେଠାରେ ତାଙ୍କୁ ସ୍ୱାଗତ କରିବା ଲାଗି ସଚିବାଳୟ କର୍ମଚାରୀଙ୍କର ଭିଡ ଜମିଥିଲା। ମୁଖ୍ୟ ପ୍ରବେଶ ପଥଠାରୁ ଆରମ୍ଭ କରି ସିଡି ଯାଏଁ ପୂରା େପାର୍ଟିକୋକୁ ଅବରୋଧ କରି ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା ଭିଡ ଆଗରେ ଛିଡା ହୋଇଥିଲେ ଫୁଲତୋଡା ଧରି। କୃଷି ଉତ୍ପାଦନ କମିସନର ଗଗନ ଧଳ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଅେଶାକ କୁମାର ମୀନା ବି। ଏମାନେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା େଦଇଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ଜିନ୍ଦାବାଦ୍‍, ହୁଳହୁଳି। କର୍ମଚାରୀମାନେ ପ୍ରତିଯୋଗିତା କରି ବିଶାଳ ଆକାରର ଫୁଲମାଳ ଦେଇଥିଲେ ନବୀନଙ୍କୁ। ଭିଡକୁ ଠେଲି ଠେଲି ପୁଲିସ ବାଟ କଡେଇ ନେଇଥିଲା ଲିଫ୍‍ଟ ଯାଏଁ ।

ନବୀନଙ୍କ ପରେ ପରେ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ବି ଯାଇଥିଲେ ସଚିବାଳୟ। ଅଳ୍ପ କିଛି ମୁହୂର୍ତ ରହି ସେମାନେ ନବୀନ ନିବାସ େଫରିଯାଇଥିଲେ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ, ଫୁଲତୋଡା ଦେଇ ସ୍ୱାଗତ କରିବା ଲାଗି ଆଜି ଦିନତମାମ ଲମ୍ବା ଲାଇନ ଲାଗିଥିବା େଦଖିବାକୁ ମିଳିଥିଲା। ରାଜନେତା, ପ୍ରଶାସନିକ ଅଧିକାରୀ, ପୁଲିସ ଉଚ୍ଚ ପଦାଧିକାରୀ, ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ବ୍ୟତୀତ ଅନେକ ଶିଳ୍ପପତି ମଧ୍ୟ ନବୀନଙ୍କୁ େଭଟି ଶୁଭେଚ୍ଛା ଜଣାଇଥିଲେ। ଏ ମଧ୍ୟରେ ଥିଲେ, କୁମାର ମଙ୍ଗଳମ୍ ବିର୍ଲା, ସଂଜୀବ ପୁରୀ, ପୁନିତ ଡାଲମିଆ, ସଙ୍ଗୀତା େରଡ୍ଡି, ଗୁରନାନି, ଆର ଏସ େବହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ସଚିବାଳୟ ଯାଏ ପହଞ୍ଚିଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ େଯାଗଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ବିେରାଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବିେଜପି ନେତା ଗିରିଧର ଗମାଙ୍ଗୋ, କଂଗ୍ରେସ ବିଧାୟକ, ନବ ନିର୍ବାଚିତ ବିେଜଡି ବିଧାୟକ ଓ ସାଂସଦ, ବିଶିଷ୍ଟ ନିମନ୍ତ୍ରିତ ଅତିଥି, ଶିଳ୍ପପତି ନବୀନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର