ଆରମ୍ଭରୁ ନବୀନଙ୍କ ଡବଲ କାର୍ଡ : ୯ ଲୋକସଭା ଓ ୫୪ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା, ବିଜେପୁର ଓ ହିଞ୍ଜିଳି ଉଭୟ ଆସନରୁ ଲଢ଼ିବେ ନବୀନ

ଅଧା ବିଦା ହେଲେ, ୧୪ ବିଧାୟକଙ୍କ ଟିକେଟ୍ କଟିଲା
୮ ଲୋକସଭାରେ ନୂଆ ମୁହଁ, ମହିଳାଙ୍କୁ ମିଳିଲା ୩୩%
ଦୁଇ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ଟିକେଟ୍
କଂଗ୍ରେସ ଛାଡ଼ି ଆସିଥିବା ନେତାଙ୍କୁ ବିଜେଡି ପୁରସ୍କାର
ନିର୍ବାଚନ ରାଜନୀତିରେ କାକା ପୁତୁରା, ଭାଇ ଭଉଣୀ

ଭୁବନେଶ୍ବର : ଶିକ୍ଷାନୁଷ୍ଠାନ ହାଣ୍ଡିଶାଳ ପରିଚାଳିକାଙ୍କ ଠାରୁ ରାଜକୁମାରୀଙ୍କ ଯାଏ। ଶିକ୍ଷାବିତଙ୍କ ଠାରୁ ରାଜନେତା, ପ୍ରଶାସକ, ପୂର୍ବତନ ସରକାରୀ କର୍ମଚାରୀ, ଶିକ୍ଷୟିତ୍ରୀ ଏମିତି ୬୨ ଜଣଙ୍କୁ ନେଇ ବିେଜଡି ଆଜି ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା େଘାଷଣା କରିଛି।

ବିେଜଡି ସଭାପତି ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ୯ଟି େଲାକସଭା ଓ ୫୪ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ େଘାଷଣା କରିଛନ୍ତି।଼ ବାକି ୯ଟି ଆସନରେ ଚୟନ ପ୍ରକ୍ରିୟା ଚୂଡାନ୍ତ େହାଇନାହିଁ। ଟିକେଟକୁ ନିେରଖି େଦଖିଲେ ଏକଥା ଜଳ ଜଳ େହାଇ ଦିଶୁଛି େଯ ଦଳ ପାଇଁ କାମ କରୁଥିବା ଯୁବକ ଓ ଅନୁଗତଙ୍କୁ ପୁରସ୍କୃତ କରାଯାଇଛି।

ନବୀନ ପ୍ରାର୍ଥୀ ତାଲିକା େଘାଷଣାରେ ମଧ୍ୟ ଅନ୍ୟ ବଡ଼ ଦଳଠାରୁ ଆଗରେ ରହିଛନ୍ତି। ପ୍ରଥମ ଥରପାଇଁ ନବୀନ ପଟ୍ଟନାୟକ ନିଜେ େଗାଟିଏ ନିର୍ବାଚନରେ ଦୁଇଟି ଆସନ ଅର୍ଥାତ୍ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ନିଷ୍ପତ୍ତି େନଇଛନ୍ତି। ସେହିପରି ୨୦୧୪ ନିର୍ବାଚନରେ ବିେଜଡି ଟିକେଟରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୫୦% (୨୭)ଙ୍କୁ ଏଥର ବଦଳାଇ ଦିଆଯାଇଛି। ୧୪ ବିଧାୟକ ଟିକେଟ୍ ପାଇନାହାନ୍ତି। ବଲାଙ୍ଗୀର ଛାଡିଦେଲେ ୮ଟି େଲାକସଭା େକ୍ଷତ୍ରରେ ଦଳ ପ୍ରାର୍ଥୀ ବଦଳାଇ ଦେଇଛି।

ସବୁଠାରୁ ବଡ଼ କଥା େହଲା, ୭୦ଲକ୍ଷ ମହିଳା ସ୍ବୟଂ ସହାୟକ େଗାଷ୍ଠୀଙ୍କ ସହ ସଂପର୍କ ଅଧିକ ନିବିଡ କରିବା ପାଇଁ େସମାନଙ୍କର ଜଣେ ପ୍ରତିନିଧି ତଥା ନଳବଣ୍ଟାର ସାତସଙ୍ଗ ସ୍ବୟଂ ସହାୟକ େଗାଷ୍ଠୀର ପ୍ରମିଳା ବିେଷାୟୀଙ୍କୁ ଆସ୍କା େଲାକସଭା ଆସନ ପ୍ରତିନିଧିତ୍ବ କରିବା ଲାଗି ନବୀନ ସୁେଯାଗ େଦଇଛନ୍ତି। ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ତାରକା ସିଦ୍ଧାନ୍ତ ମହାପାତ୍ର ଓ ବ୍ରହ୍ମପୁରର େଲାକପ୍ରିୟ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ୍ କାଟି ଦିଆଯାଇଛି।

ନିଜ ପ୍ରତିଶ୍ରୁତି ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ୯ଟି େଲାକସଭା ଆସନରେ ୩୩% ଅର୍ଥାତ୍ ୩ଟି ସଂସଦୀୟ େକ୍ଷତ୍ର ଆସ୍କା, କୋରାପୁଟ ଓ ସୁନ୍ଦରଗଡରେ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ଆସ୍କାରୁ ପ୍ରମିଳା, କୋରାପୁଟରୁ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ଓ ସୁନ୍ଦରଗଡରୁ ସୁନୀତାଙ୍କୁ ଦଳ ନିର୍ବାଚନ ଲଢାଇବ। ସେହିଭଳି େଘାଷିତ ଆସନ ମଧ୍ୟରୁ ୧୦ଟି ବିଧାନସଭା େକ୍ଷତ୍ରରେ ବି ଦଳ ମହିଳା ପ୍ରାର୍ଥୀଙ୍କୁ ନେଇ ଲଢିବାକୁ ନିଷ୍ପତ୍ତି େନଇଛି।

କେଂଗ୍ରସ ଛାଡି ବିେଜଡିକୁ ଭରସା କରିଥିବା ପୂର୍ବତନ ବିଧାୟକ େଯାଗେଶ ସିଂହ, ନବ କିେଶାର ଦାସ, ଦୁଷ୍ମନ୍ତ ନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ଯୁବ ନେତା ବିକ୍ରମ ପଣ୍ଡା ପ୍ରମୁଖଙ୍କୁ ବିେଜଡି େଦଇଥିବା ପ୍ରତିଶ୍ରୁତି ରଖି ପ୍ରାର୍ଥୀ କରିଛି। ନର୍ଲାରେ କେଂଗ୍ରସ ଶକ୍ତିକୁ ବିଭାଜିତ କରିବା ଲାଗି ପୂର୍ବତନ ବିେରାଧୀ ଦଳ େନତା ଭୂପିନ୍ଦର ସିଂହଙ୍କୁ ଦଳ ଏଥର ଲଢାଇବାକୁ ନିଷ୍ପତ୍ତି େନଇଛି। ଦୁଇ ଜଣ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯଥାକ୍ରମେ କନ୍ଧମାଳ ଓ ବରଗଡ େଲାକସଭା ଆସନରେ ପ୍ରାର୍ଥୀ କରିଛନ୍ତି ନବୀନ।

ଅସନ୍ତୋଷ ଝାଡି ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମୁଖିଆ ପଦରୁ ଇସ୍ତଫା େଦଇଥିବା କୁସୁମ ଟେଟେଙ୍କୁ ନବୀନ ନିରାଶ କରିଛନ୍ତି । ସେହିଭଳି ପାରଳା ରାଜକୁମାରୀ କଲ୍ୟାଣୀ େଦବୀଙ୍କ ବିେରାଧରେ ଅସନ୍ତୁଷ୍ଟଙ୍କୁ ଏକାଠି କରିଥିବା େକ ନାରାୟଣ ରାଓଙ୍କୁ ଟିକେଟ୍ ମିଳିନାହିଁ। ପୂର୍ବରୁ ଟିକେଟ୍ ମିଳିବନି େବାଲି ଜାଣି ସାଂସଦ ବଳଭଦ୍ର ମାଝୀ ଦଳ ଛାଡିଥିଲେ ଓ େସାମବାର ସକାେଳ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମଧ୍ୟ ଅନୁରୂପ ନିଷ୍ପତ୍ତି େନଇଛନ୍ତି। ହେଲେ ବିେଜଡି ମୁଖିଆ କିନ୍ତୁ ଏଥିରେ ପ୍ରଭାବିତ େହାଇନାହାନ୍ତି।

ରାଣୀ ସୁଜ୍ଞାନ ଦେଓ ଓ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ପ୍ରତ୍ୟକ୍ଷ ନିର୍ବାଚନ ଲଢିବା କ୍ୟାରିଅରରେ ବିେଜଡି ଆପାତତଃ ପୂୂର୍ଣ୍ଣଛେଦ ଟାଣିଛି। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଉପରେ ମୁଖିଆ ଭରସା କରିଥିବା ବେଳେ କୋରାପୁଟ ଜିଲ୍ଲାର ବାକି ଆସନରେ ପ୍ରାର୍ଥୀ ବଦଳାଇ ଦେଇଛନ୍ତି। ବରଗଡ ଜିଲ୍ଲାରେ ବିଜେଡିରୁ ପୁଣି କାକା-ପୁତୁରା ଅର୍ଥାତ୍ ପ୍ରସନ୍ନ ଆଚାର୍ଯ୍ୟ ଓ ଦେବେଶ ଆଚାର୍ଯ୍ୟ ପ୍ରାର୍ଥୀ େହାଇଛନ୍ତି। ନବରଙ୍ଗପୁର େଲାକସଭା େକ୍ଷତ୍ରରେ ଭାଇ-ଭଉଣୀ ଅର୍ଥାତ୍ ମନୋହର ରନ୍ଧାରୀ ଏବଂ ପଦ୍ମିନୀ ଦିଆନ ବି ବିେଜଡିରୁ ଲଢିବେ।

ଦୀର୍ଘ ଦିନ ପରେ ପାରଳା ରାଜ ପରିବାରର ପ୍ରତିନିଧି ଭାବେ କଲ୍ୟାଣୀ ଦେବୀ ନିର୍ବାଚନ ରାଜନୀତିକୁ ଓହ୍ଲାଇଛନ୍ତି। ଏପଟେ ଦିବଂଗତ ସାଂସଦ ଲଡୁ କିେଶାର ସ୍ବାଇଁଙ୍କ ପତ୍ନୀ ମଞ୍ଜୁଳା ସ୍ବାଇଁଙ୍କୁ ନବୀନ ନିର୍ବାଚନ ମଇଦାନକୁ ଟାଣି ଆଣିଛନ୍ତି। ଗତ ନିର୍ବାଚନରେ ଟିକେଟ୍ ପାଇ େଶଷ ମୁହୂର୍ତରେ ବଞ୍ଚିତ େହାଇଥିବା ଲତିକା ପ୍ରଧାନଙ୍କୁ ବିେଜଡି କବିସୂର୍ଯ୍ୟନଗରରେ ପ୍ରାର୍ଥୀ କରିଛି। ବଣ୍ଡାଙ୍କୁ ପ୍ରତିନିଧିତ୍ବ କରୁଥିବା ଡମ୍ବରୁ ସୀସାଙ୍କୁ ବାଦ ଦେଇ ମାଲକାନଗିରି ଜିଲ୍ଲାର ସବୁଠାରୁ ଅଧିକ ରହୁଥିବା େକାୟା ବର୍ଗରୁ ପୂର୍ଣ୍ଣଚନ୍ଦ୍ର ସାକାଙ୍କୁ ଚିତ୍ରକୋଣ୍ଡା ଆସନରେ ପ୍ରାର୍ଥୀ କରିଛି ବିେଜଡି।

ବଲାଙ୍ଗୀର ଜିଲ୍ଲାରେ ଆମ ଆଦମି ପାର୍ଟି ଛାଡି ଆସିଥିବା ଅଜୟ ଦାସଙ୍କୁ ଦଳ କଣ୍ଟାବାଞ୍ଝି ଆସନରେ ପ୍ରାର୍ଥୀ କରିଛି। ତେବେ ରାଜପରିବାରରରୁ ପ୍ରତିନିଧିତ୍ବ କରୁଥିବା ପ୍ରକୃତି ଦେବୀଙ୍କୁ ବଲାଙ୍ଗୀରରେ ଟିକେଟ ମିଳିନାହିଁ କିମ୍ବା କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ କିମ୍ବା ତାଙ୍କ ପତ୍ନୀ ମାଳବିକା ଦେଓଙ୍କୁ ନବୀନ ଦଳୀୟ ଟିକେଟ୍ େଦବାକୁ ଆଗ୍ରହ େଦଖାଇନାହାନ୍ତି। ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ବିେଜଡିକୁ େଫରିବେ େବାଲି ଚର୍ଚ୍ଚା େହଉଥିଲେ େହଁ, ସେଠାରୁ ପ୍ରାର୍ଥୀ େହଉଥିବା ଶାରଦାଙ୍କୁ ଦଳ ଟିକେଟ୍ େଦବ େବାଲି େଘାଷଣା କରିଛି। ହେଲେ ହକି ବିଶ୍ବକପ୍ ଆେୟାଜନ କରି ଚର୍ଚ୍ଚାେର ଥିବା ନବୀନ ଏଯାଏ ଭାରତୀୟ ଦଳର ପୂର୍ବତନ ହକି କ୍ୟାପଟେନ୍ ଦିଲ୍ଲୀପ ତିର୍କୀଙ୍କ ସଂପର୍କରେ ବିଚାର କରିନାହାନ୍ତି। ପ୍ରଥମ ତାଲିକାରେ ତାଙ୍କ ନାମ ନାହିଁ।
ତେବେ ଟିକେଟକୁ ବିେରାଧ କରି ପାରଳାଖେମୁଣ୍ଡିରେ କେ ନାରାୟଣ ରାଓଙ୍କ ସମର୍ଥକ ଲଙ୍କାକାଣ୍ଡ ଭିଆଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, େଠାସ୍ ନିଷ୍ପତ୍ତି େହାଇନପାରିବା ତଥା ଦଳୀୟ େନତାଙ୍କ ମଧ୍ୟରେ ବିବାଦ କାରଣରୁ େକାରାପୁଟ େଲାକସଭା ଆସନ ଅନ୍ତର୍ଗତ ପଟାଙ୍ଗି, ନବରଙ୍ଗପୁରର ଝରିଗାଁ, ମାଲକାନଗିରି, କଳାହାଣ୍ଡିର ଲାଞ୍ଜିଗଡ, ସୁନ୍ଦରଗଡର ବୀରମିତ୍ରପୁର, ବରଗଡର ବ୍ରଜରାଜନଗର, ବଲାଙ୍ଗୀରର ବଲାଙ୍ଗୀର ଓ େଲାଇସିଂହା ଏବଂ କନ୍ଧମାଳର ଫୁଲବାଣୀ ବିଧାନସଭା େକ୍ଷତ୍ର ଲାଗି ବିେଜଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର