ନବୀନଙ୍କ ରାଜନୈତିକ ସଚିବ ଗୋପବନ୍ଧୁ

ଭୁବନେଶ୍ବର : ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ତଥା ବିେଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜନୈତିକ ସଚିବ ନିଯୁକ୍ତି େଦଇଛନ୍ତି। ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଗୋପବନ୍ଧୁ ଦାଶଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯାଇଛି। ଶ୍ରୀଦାଶଙ୍କୁ ଦଳ ସୁପ୍ରିମୋ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ରାଜ୍ୟ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଦାଶ ନିକଟରେ ନିଜ ପଦବିରୁ ଇସ୍ତଫା େଦଇଥିଲେ। ଯଦିଓ ଶ୍ରୀ ଦାଶଙ୍କ ନାମ ଆସ୍କା େଲାକସଭା ଓ େସାରଡା ବିଧାନସଭା ପାଇଁ ଚର୍ଚ୍ଚା େହଉଛି, କିନ୍ତୁ େସ ନବୀନଙ୍କ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର