କଟକ: ରବିବାର ଉତ୍କଳ ଦିବସ ଅବସରରେ କଟକ ଜିଲ୍ଲା ନୂଆପାଟଣା ସ୍ଥିତ ମଧୁସୂଦନ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛି। ସେତୁକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ କିଛି ସମୟ ପାଇଁ ସେଠାରେ ବୁଲିଥିଲେ । ଏହି ସେତୁ ଯୋଗୁଁ ଢେଙ୍କାନାଳ-କଟକ ମଧ୍ୟରେ ଦୂରତା ୧୬ କିଲୋମିଟର କମିଯାଇଛି । କେବଳ ଏତିକି ନୁହେଁ ଏହି ସେତୁ ଉଦଘାଟନ ପରେ କଟକ-ଚୌଦ୍ୱାର-ଆଠଗଡ ଓ ଧବଳେଶ୍ୱରକୁ ଯାତାୟତ ସହଜ ହୋଇଛି ।

Advertisment

publive-image

ଅନ୍ୟପଟେ, ବିଜୁ ଯୁବ ବାହିନୀକୁ ଟକ୍କର ଦେବ ଧର୍ମେନ୍ଦ୍ର ବାହିନୀ । ଉତ୍କଳ ଦିବସ ଅବସରରେ କୋଣାର୍କରେ ପ୍ରାଚୀ ଟ୍ରଷ୍ଟ ପକ୍ଷରୁ ନୂଆ ଓଡିଶା ଅଭିଯାନ ଅନ୍ତର୍ଗତ ସଂକଳ୍ପ ସମାବେଶ କରାଯାଇଛି । ଏହାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏଥିରେ ନୂଆ ଓଡିଶା ପାଇଁ ସଂକଳ୍ପ ନେଇଛନ୍ତି ୧୦ ହଜାର ଯୁବକ ।

publive-image

ଧର୍ମେନ୍ଦ୍ର କହିଛନ୍ତି ଏହି ସଂକଳ୍ପ ରାଜନୈତକ ଉଦ୍ଦେଶ୍ୟଠାରୁ ବହୁ ଉପରେ । ଏଠାରେ ଆଲୋଚନା ସମାଲୋଚନାର ପ୍ରଶ୍ନ ଉଠୁନାହିଁ । ଧର୍ମପଦର ସଂସ୍କାର କଥା କହିବା ବେଳେ ଏହା ରାଜନୀତିରୁ ଢେର ଉର୍ଧ୍ୱରେ। ସୁସ୍ଥ ଓଡିଶା ଗଠନ ଏକ ସାମାଜିକ ଦାୟିତ୍ୱ । ଓଡିଆ ଭାଷାକୁ ନେଇ ଗର୍ବିତ ହେବା କୌଣସି ରାଜନୀତି ନୁହେଁ ଏକ ସାମାଜିକ ଉତରଦାୟିତ୍ୱ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।