ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି: ନବୀନ

ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ କଲେ ଭର୍ଚୁଆଲ୍ ପ୍ରଚାର

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆଜି ଭର୍ଚୁଆଲ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ନବୀନ କହିଛନ୍ତି ଯେ ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି | ସେ କହିଛନ୍ତି ଯେ, ‘କଳାର ଭୂମି ପିପିଲି-ଡେ଼ଲାଙ୍ଗର ଚାନ୍ଦୁଆ ଦେଶବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି | ଧନ୍ୟ ଏହି ମାଟି | ମହାନତାର ଇତିହାସ ଏହି ମାଟିକୁ ମୋର ପ୍ରଣାମ | ଆଜି ପିପିଲି ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି | ମୁଁ ଜାଣେ ମୋ ପ୍ରତି ଆପଣଙ୍କ ଭଲ ପାଇବା ରହିଛି | ଯଦି ମୁଁ ପିପିଲି ଡେଲାଙ୍ଗ ଯାଇଥାନ୍ତି ତେବେ ମତେ ଆଶୀର୍ବାଦ କରିବାକୁ ଆପଣମାନେ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ |ମହାମାରୀ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ | ମୋ ପାଇଁ କେହି ବିପଦରେ ପଡୁ ମୁଁ ଚାହିଁବି ନାହିଁ | ଏଥିପାଇଁ ଭିଡିଓ କନ୍ଫରେନ୍ସରେ ଆପଣମାନଙ୍କୁ ଭେଟୁଛି |

ଏଥିସହ ବିଜେଡି ସୁପ୍ରିମୋ ନବୀନ କହିଥିଲେ, କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି ଯାଇ ଆପଣମାନଙ୍କୁ ଭେଟିବି | ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି | ପିପିଲି-ଡେ଼ଲାଙ୍ଗର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହ ଅଛନ୍ତି | ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି | କରୋନାର ଦ୍ଵିତୀୟ ଲହର ଏବେ ଦେଖାଦେଇଛି | ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ | ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ | ମୋର ଅନୁରୋଧ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।’

ସମ୍ବନ୍ଧିତ ଖବର