ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତୀୟ ସମ୍ବିଧାନରେ ‘ଅହିଂସା’ ଶବ୍ଦକୁ ସ୍ଥାନ ଦିଆଯାଉ। ଏହା କରାଗଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପ୍ରସ୍ତୁତି ବୈଠକରେ ନବୀନ ଏହି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଗରିବୀ ଓ ସାମାଜିକ ଅନ୍ୟାୟ ହେଉଛି ସବୁଠୁ ବଡ଼ ହିଂସା। ଅହିଂସା ବିନା ଗରିବୀ ଦୂରୀକରଣ ଅସମ୍ଭବ।