୨୦୨୪ ପାଇଁ ଅଣ୍ଟା ଭିଡ଼ିଲେ: ଘର ସଜାଡୁଛି ବିଜେଡି, ଆମୂଳଚୁଳ ପରିବର୍ତନ

ଭୁବନେଶ୍ବର: ସରକାର ଗଠନ କରିବାର ସପ୍ତାହେ ପୂରିନି। ଆସନ୍ତା ନିର୍ବାଚନ ପାଇଁ ବିଜେଡି ସଜବାଜ ଆରମ୍ଭ କରିଦେଇଛି। ସାଂଗଠନିକ କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ସହିତ ବିଜେଡିକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ େହାଇଛି। ବିଜେଡି ଶୀର୍ଷସ୍ତରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାସେ ଭିତରେ ଏହାର କାର୍ଯ୍ୟାନ୍ବୟନ େହବ। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି େଦାହଲାଇ େଦଇଥିଲା ବିଜେଡି ଗଡ। କେଂଗ୍ରସ େଭାଟ ବ୍ୟାଙ୍କକୁ ବିଭାଜିତ କରି ଦଳ ବିଜେଡିକୁ ପିଛା କରିଥିଲା। ପଞ୍ଚାୟତ ନିର୍ବାଚନରୁ ଶିକ୍ଷା ପାଇ ବିେଜଡି ସ୍ଥିତି ସଜାଡିେନଲା ଓ ୨୦୧୯ ସାଧାରଣ ନିର୍ବାଚନରେ ନିଜ େଭାଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାରେ ସକ୍ଷମ େହାଇଛି। କିନ୍ତୁ ବିଜେପିର ଗତି.ଧ କରିପାରି ନାହିଁ। ବରଂ କଂଗ୍ରେସ େଭାଟରକୁ ନିଜ ଆଡକୁ ଟାଣିବା ସହିତ ସରକାର ବିେରାଧୀ ଜନମତକୁ ହାତେଇ ବିେଜପି ବିେଜଡିର ନିକଟତର େହବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି।

ଏମିତି ଏକ ସ୍ଥିତିରୁ ୨୦୨୪ ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ କରିଛି ବିେଜଡି। କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ପୂରା ନକ୍ସା ପ୍ରସ୍ତୁତ େହାଇଛି। ଆସନ୍ତା ଏକମାସ ମଧ୍ୟରେ ଦଳରେ ଆମୂଳଚୁଳ ପରିବର୍ତନ କରାଯିବ। ପାଟକୁରା ନିର୍ବାଚନ, ବିଜେପୁର ଉପ ନିର୍ବାଚନ, ମହାନଗର ଓ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ଦଳ ଏହି ପୁନର୍ବିନ୍ୟାସ କାର୍ଯ୍ୟକ୍ରମର ପରୀକ୍ଷା ନିରୀକ୍ଷା କରିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ଉଭୟ ମୁଖ୍ୟମନ୍ତ୍ରୀ ଓ ବିେଜଡି ରାଜ୍ୟ ସଭାପତି ଭାବେ ଉଭୟ ପଦବିେର ରହିବେ। ହେଲେ ସରକାର ଓ ଦଳ କିନ୍ତୁ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟ କରିବ। ପୂର୍ବରୁ େଯଭଳି ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଉଥିଲା, ସଂଗଠନ ସଜାଡିବା ଲାଗି ନିେୟାଜିତ କରାଯାଉଥିଲା, ନୂଆ ବ୍ୟବସ୍ଥାରେ କିନ୍ତୁ ସେମିତି େହବ ନାହିଁ। ସରକାରର ପ୍ରଦର୍ଶନ ଲାଗି ମନ୍ତ୍ରୀମାନେ ଉତ୍ତରଦାୟୀ ରହିବେ। େଯଉଁ ବିଭାଗ ଭଲ ପ୍ରଦର୍ଶନ କରିବ ନାହିଁ, ସରକାରଙ୍କୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବା ବିଭାଗୀୟ କାର୍ଯ୍ୟ ଲାଗି ମୂଲ୍ୟ ଦେବାକୁ ପଡିବ, େସ ମନ୍ତ୍ରୀ େଯ କୌଣସି ସମୟରେ ପଦ ହରାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଯଉଁ ବାର୍ଷିକ ଟାର୍ଗେଟ େଦଇଛନ୍ତି, ତାକୁ ହାସଲ କରିନପାରିଲେ, ମନ୍ତ୍ରୀଙ୍କୁ ସମଦଶା େଭାଗିବାକୁ ପଡିପାରେ।

ସଂଗଠନ ଦାୟିତ୍ବରେ ରହିବେ ବଛା ବଛା େନତା
ଜିଲ୍ଲା ଦାୟିତ୍ବ ସମ୍ଭାଳିବେ, ଉତ୍ତରଦାୟିତ୍ବ ନ୍ୟସ୍ତ େହବ
ସାଂଗଠନିକ କ୍ଷେତ୍ରରେ ସ୍ବତନ୍ତ୍ର କ୍ଷମତା ମିଳିବ

ସାଂଗଠନିକ ସ୍ତରରେ ପୁନର୍ବିନ୍ୟାସ ପାଇଁ େକ୍ଷତ୍ର ପ୍ରସ୍ତୁତି ଆରମ୍ଭ େହାଇଛି। ନିର୍ବାଚନ ପୂର୍ବରୁ ଦଳର ବହୁ ସଂପାଦକ, ସାଧାରଣ ସଂପାଦକ ତଥା ପର୍ଯ୍ୟବେକ୍ଷକ ଅନ୍ୟ ଦଳକୁ ଡେଇଁଥିଲେ। ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟକୁ ସହଜ କରିବା ଲାଗି ରାତି ଅଧିଆ କିଛି େନତାଙ୍କୁ ସାଧାରଣ ସଂପାଦକ, ସଂପାଦକ ଭଳି ପଦବି ଦିଆଯାଇଥିଲା। ଜିଲ୍ଲାସ୍ତରରେ ବି। ଏବେ କିନ୍ତୁ ଘର ସଜଡା କାର୍ଯ୍ୟକ୍ରମରେ ବଚ୍ଛା ବଚ୍ଛା େନତାଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ଓ ଉତ୍ତରଦାୟିତ୍ବ ନ୍ୟସ୍ତ େହବ। କେବଳ ସେତିକି ନୁେହଁ, ସଂପୃକ୍ତ େନତାମାେନ ସାଂଗଠନିକ େକ୍ଷତ୍ରରେ ମନ୍ତ୍ରୀମାନଙ୍କ ଠାରୁ ଅଧିକ ଓ ସ୍ବତନ୍ତ୍ର କ୍ଷମତା ଉପଭୋଗ କରିବେ।

ସୂଚନା ଅନୁସାରେ, ଉପସଭାପତି, ସାଧାରଣ ସଂପାଦକ, ସଂପାଦକଙ୍କ ମଧ୍ୟରେ ଜିଲ୍ଲା ବାଣ୍ଟି ଦିଆଯିବ। ଏସବୁ େନତାମାନେ ସଂପୃକ୍ତ ଅଞ୍ଚଳର ସଂଗଠନ ପ୍ରମୁଖ ଭାବେ କାର୍ଯ୍ୟ କରିବେ। ଜିଲ୍ଲା ପର୍ଯ୍ୟବେକ୍ଷକ ନିର୍ବାଚନ େକ୍ଷତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଜିଲ୍ଲା ସଂଗଠନରେ ଏମାନଙ୍କର ଦବଦବା ରହିବ। େଯଉଁ େନତାମାନେ ଗତ ଦିନରେ ସଂଗଠନ ଦାୟିତ୍ବରେ ରହି ଉତ୍ତମ ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ଟିକିଏ ଅଧିକ ଗୁରୁ ଦାୟିତ୍ବ ଦିଆଯିବ। ନିର୍ବାଚନ ସମୟରେ ଦଳ ବିେରାଧରେ ଯାଇଥିବା େନତା େଯତେ ପ୍ରଭାବୀ େହାଇଥାନ୍ତୁ ନା କାହିଁକି, େକାଣଠେସା େହାଇପାରନ୍ତି। ସବୁଠାରୁ ବଡ଼ କଥା ହେଲା, ଛାମୁଆ ସଂଗଠନର ନବ କଳେବର କରାଯିବ। ନିର୍ବାଚନ ସମୟରେ ବିଭିନ୍ନ ଜିଲ୍ଲାରୁ େଯଉଁ ରିେପାର୍ଟ ଆସିଛି,ତାହା ଉପରେ ଏେବ ନବୀନ ନିବାସରେ ପର୍ଯ୍ୟାେଲାଚନା ଚାଲିଛି। ଟିକେଟ୍ ମିଳିଲା ନାହିଁ େବାଲି କିଛି ନେତା ଦଳ ବିେରାଧରେ କାର୍ଯ୍ୟ କରିଥିବା େନଇ ପ୍ରାର୍ଥୀମାନେ ନବୀନଙ୍କୁ େଭଟି ପ୍ରମାଣ ଦେଇଛନ୍ତି। ଏପରିକି ଯୁବ, ଛାତ୍ର ଓ ମହିଳା ସଂଗଠନର କିଛି ଜିଲ୍ଲା େନତାଙ୍କ ନାମ ଏଥିରେ ରହିଛି। ନିର୍ବାଚନ ପରବର୍ତୀ ପରିସ୍ଥିତିରେ ଏହି େନତାମାେନ ମନ୍ତ୍ରୀ, ପ୍ରଭାବଶାଳୀ େନତାଙ୍କୁ ଧରି ପୁଣି ଥରେ ସଂଗଠନରେ ସକ୍ରିୟ େହବାକୁ ଉଦ୍ୟମ ଚଳାଇଛନ୍ତି।

ବିଜେଡିର ଅତି ଶୀର୍ଷସ୍ତରର ଜଣେ େନତାଙ୍କ ସୂଚନା ଅନୁସାରେ, ଏଭଳି େନତାଙ୍କୁ େଯଉଁମାନେ ଆଗକୁ ନେବାକୁ ଚାହିଁବେ, ସେମାନଙ୍କ ସ୍ଥିତି ମଧ୍ୟ ସଙ୍ଗିନ େହାଇପାରେ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ରିେପାର୍ଟ ଦେଖିବା ପରେ ଭୀଷଣ ବିରକ୍ତ େହାଇଛନ୍ତି। ଉେଲ୍ଲଖଯୋଗ୍ୟ, ଚଳିତମାସ ତୃତୀୟ ସପ୍ତାହରେ ବା ଏହା ପରେ ପରେ ପାଟୁକରା ନିର୍ବାଚନ େହବ। ଏହାପରେ ଦଳ ବିଜେପୁର ଉପନିର୍ବାଚନ ସାମ୍ନା କରିବ। ହେଲେ ବିଧାନସଭାରେ ସହରାଞ୍ଚଳର େଭାଟ େଯଭଳି ବିଜେପି ସପକ୍ଷରେ ଗଲା, ତାହା ବିେଜଡିକୁ ଅଧିକ ସତର୍କ କରାଇଛି। ପାଖାପାଖି ତିନି ଚତୁର୍ଥାଂଶ ପୌରାଞ୍ଚଳରେ ବିଜେପିର ପ୍ରଭାବ ରହିଛି। ଏଣୁ ସାଂଗଠନିକ ପୁନର୍ବିନ୍ୟାସ ସମୟରେ ବିଜେପି ପ୍ରତି ସାମାନ୍ୟ ଉଦାର ଥିବା େନତା ବା ଦୋ ମୁହାଁ ନେତାଙ୍କୁ ସାଂଗଠନିକ ପ୍ରକ୍ରିୟା, ନିଗମ, ରାଜ୍ୟସଭା ଆଦି େକ୍ଷତ୍ରରେ ଆଦୌ ଗ୍ରହଣ କରାଯିବ ନାହିଁ େବାଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର