ଭୁବନେଶ୍ବର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସଚ୍ଚିବାଳୟରେ ରାଜ୍ୟବାସୀଙ୍କୁ ପବିତ୍ର ଦୁର୍ଗାପୂଜାର ଅଭିନନ୍ଦନ ଜଣାଇବା ସହ ଚଳିତବର୍ଷ ନିଜ ଜନ୍ମଦିନକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି ନବୀନ ।
ଗତ ୧୧ ତାରିଖରେ ଆସିଥିବା ଝଡ ‘ତିତଲି’ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଲୋକେ ତିତଲି ଚାଲିଗଲା ହେଲେ ମଧ୍ୟ ଦୁସ୍ଥିତିର ସାମ୍ନା କରୁଛନ୍ତି । ଏବେ ବି ଅନେକ ଗାଁରେ ଅଣ୍ଟାଏ ପାଣିରେ ଲୋକ ରହିଛନ୍ତି । ପ୍ରଥମେ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାକୁ ଘାରିଛି ବନ୍ୟା ଚିନ୍ତା ।
ଏଭଳି ସ୍ଥିତିରେ ନିଜ ଜନ୍ମଦିନ ପାଳନ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍କତ୍ତି କରିଛନ୍ତି । ତିତଲିର ପ୍ରଭାବ ରାଜ୍ୟରେ ଅନେକ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହି ଦୁଃଖ ବେଳାରେ ନିଜ ଜନ୍ମଦିନ ପାଳନ କରିବା ଉଚିତ ମଣି ନାହାନ୍ତି ମୁଖ୍ୟମନ୍ତ୍ରୀ ।