ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ବକ୍ତବ୍ୟ ରଖିଲେ ନବୀନ, ୧୦ ଦିନ ପାଇଁ ପାଇଁ ଟିକା ଓଡ଼ିଶାକୁ ଦେବାକୁ ଦାବି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡ଼ିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । ଯଥେଷ୍ଟ ଟିକା ଯୋଗାଣ ନହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡ଼ିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡ଼ିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା । ଏହାପରେ କୋଭିଡର ନୂଆ ଲହରକୁ ଦେଖି ଆଉ ୩୦୦ କୋଟି ଟଙ୍କା ମାଗିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ଏହି ଅର୍ଥ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଆଜି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମାଇକ୍ରୋ କଂଟେନମେଟଂ ଜୋନ୍ ଉପରେ ଫୋକସ୍ କରିବାକୁ କହିଛନ୍ତି । ଏଥିସହ ଦେଶରେ ଏବେ ଟିକାକରଣ ଆଗେଇ ଚାଲିଥିବା ସହ ସମସ୍ତ ରାଜ୍ୟକୁ ଫୋକସ କରାଯାଉଛି ବୋଲି ମୋଦୀ କହିଛନ୍ତି । ହେଲେ ଏବେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଜରୁରୀ ନୁହେଁ ବୋଲି ମୋଦୀ କହିଛନ୍ତି ।
ସମ୍ବନ୍ଧିତ ଖବର