ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଠାରୁ ଦଳର ମନ୍ତ୍ରୀ, ବିଧାୟକ ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରୁଛନ୍ତି। ଗତକାଲି ଓ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟରେ ଦଳର ସାଂଗଠନିକ କାର୍ଯ୍ୟ ଓ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି। ଦଳର ନୂଆ କାର୍ଯ୍ୟାଳୟର ଏକ ଭିଡିଓ ମଧ୍ୟ ଏହି ସମୟରେ ପ୍ରଦର୍ଶନ କରାଯାଇଛି। ଅଧିକାଂଶ ମନ୍ତ୍ରୀ, ନେତା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଭିଡିଓ କନ୍ଫରେନ୍ସିଂରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଏହି ଆଲୋଚନା ସମ୍ପୂର୍ଣ୍ଣ ଅନୌପଚାରିକ ଭାବେ କରାଯାଉଛି।
ଦଳର ସଂଗଠନ କିପରି ସୁଦୃଢ଼ ହେବ, ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ନବୀନ ପରାମର୍ଶ ଦେବା ସହ ଛୋଟ ଛୋଟ କଥାରେ ମୁଣ୍ଡ ନ ଖେଳାଇ ରାଜ୍ୟବାସୀଙ୍କ ସେବା ଜାରି ରଖିବାକୁ କହିଛନ୍ତି। ଆଜିର ଏହି ଆଲୋଚନା ସମୟରେ ବେଶ୍ ହାଲ୍କା ମୁଡ୍ରେ କଥା ହୋଇଥିଲେ ନବୀନ। ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧି ଭିଡିଓ କନ୍ଫରେନ୍ସିଂରେ ବସିଥିବାର ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/564564f5h4f56h456fs4h56hfs56fhsfshfhfshfh.jpg)