ଟାର୍ଗେଟରେ ଭୋଟର! ୧୬ଟି ବଡ଼ ନିଷ୍ପତ୍ତିେର ମୋହର

କାଳିଆ ଯୋଜନା ସଂପ୍ରସାରିତ, ସବୁ େଯାଗ୍ୟଙ୍କୁ ମିଳିବ

ଭୁବନେଶ୍ବର: ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କ୍ୟାବିେନଟରେ େଗାଟିଏ କି ଦୁଇଟି ନୁହେଁ, ପୂରା ୧୬ଟି ବଡ଼ ନିଷ୍ପତ୍ତି େନଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ଆଜିର ବୈଠକରେ ଗାଁ ଠୁ ସହର, ଶିକ୍ଷା ଠାରୁ ସ୍ବାସ୍ଥ୍ୟ, ପାନୀୟ ଜଳ, ହସ୍ତଶିଳ୍ପ କାରିଗରଙ୍କ ଠାରୁ ଆରମ୍ଭ କରି ସଚିବାଳୟ କର୍ମଚାରୀ, ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି। ସବୁଠାରୁ ବଡ଼ କଥା େହଲା, କାଳିଆ େଯାଜନାକୁ ଆଜି ପୁଣି ସଂପ୍ରସାରିତ କରାଯାଇଛି। େଗାଟିଏ ପଟେ କ୍ୟାବିେନଟ୍ ନିଷ୍ପତ୍ତି େନଇଛି ‌େଯ କୌଣସି େଯାଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ପାଇବାରୁ ବଞ୍ଚିତ କରାଯିବ ନାହିଁ, ତେଣିକି ସଂଖ୍ୟା ଯାହା ବି େହଉ। ଅନ୍ୟପଟରେ ଭୂମିହୀନ ଚାଷୀ ପରିବାର ସଂଖ୍ୟାକୁ ୧ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। କ୍ୟାବିେନଟ୍ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା େଦଇ ମୁଖ୍ୟଶାସନ ସଚିବ କହିଥିଲେ, ଚାଷୀଙ୍କ ଜୀବିକା ଓ ଆୟବୃଦ୍ଧି ନିମିତ୍ତ କୃଷକଙ୍କୁ ସହାୟତା (କାଳିଆ) େଯାଜନାରେ ପ୍ରଥମ ପର୍ଯ୍ୟାୟରେ ୧୩.୦୩ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କର ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା େଲଖାଏଁ ଦିଆଯାଇଛି। ଏ ସଂକ୍ରାନ୍ତ େଵବସାଇଟକୁ ୧ େକାଟି େଲାକ େଦଖିଛନ୍ତି। ୬୭ଲକ୍ଷ ଆବେଦନ କରିଛନ୍ତି ଓ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ େଯାଗାେଯାଗ କରିଛନ୍ତି। ସରକାର ପୂର୍ବରୁ ନିଷ୍ପତ୍ତି େନଇଥିଲେ, ୧ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ଜୀବନ ଜୀବିକା ପ୍ରଦାନ କରିବାକୁ ୧୨ ହଜାର ୫୦୦ ଟଙ୍କା ଦିଆଯିବ। ଏଥିରେ ସେମାନେ େରାଜଗାର ବାଟ େଖାଲିବେ। କିନ୍ତୁ ଆଜି ସ୍ଥିର େହାଇଛି, ଏହି ସଂଖ୍ୟାକୁ ୫ଲକ୍ଷକୁ ବୃଦ୍ଧି କରାଯିବ। ୧୨ ହଜାର ୫୦୦ ଟଙ୍କା ମଧ୍ୟରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା େସମାନଙ୍କୁ ଦିଆଯିବ ଓ ବାକି ଅର୍ଥରାଶି ଦୁଇଟି କିସ୍ତିରେ ଚାଷୀ ପାଇବେ। ମୁଖ୍ୟମନ୍ତ୍ରୀଙ୍କ େଘାଷଣା ଅନୁସାରେ, ଖରିଫ ଫସଲ ସହାୟତା ଚାଷୀଙ୍କୁ ଅକ୍ଷୟ ତୃତୀୟା ଦିନ ଓ ରବି ଫସଲ ସହାୟତା ନୂଆଖାଇ ଦିନ ପ୍ରଦାନ କରାଯିବ। ତେବେ ଚଳିତବର୍ଷ ଏ ବାବଦରେ ୧୬୬୩ େକାଟି ଟଙ୍କା ଖର୍ଚ୍ଚ େହବ େବାଲି େଯଉଁ ଅଟକଳ କରାଯାଇଥିଲା, େସଥିରେ କୌଣସି ବୃଦ୍ଧି ଘଟିବ ନାହିଁ।

ଲକ୍ଷେ ନୁେହଁ ପାଞ୍ଚଲକ୍ଷ ଭୂମିହୀନ ଚାଷୀଙ୍କୁ ବି ସହାୟତା
ପ୍ରଥମ କିସ୍ତିରେ ମିଳିବ ୫ ହଜାର, ବକେୟା ୨ଟି କିସ୍ତିରେ
ଅଙ୍ଗନବାଡି କର୍ମୀଙ୍କୁ ଖୁସି କରିବାକୁ ଉଦ୍ୟମ
୨୫ ଘରୋଇ େମଡିକାଲ ପାଇଁ ସରକାରଙ୍କ ସହାୟତା

ରାଜ୍ୟ ସରକାର ଆଜି ପ୍ରସ୍ତାବିତ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ େସବା ସଂେଶାଧନ ନିୟମକୁ ଅନୁେମାଦନ େଦଇଛନ୍ତି। ଏଣିକି କନିଷ୍ଠ ବର୍ଗ େସବା ପରିଦର୍ଶିକା ବା ସୁପରଭାଇଜର ପଦବିରେ ନିଯୁକ୍ତି ନିମନ୍ତେ ଅଙ୍ଗନବାଡି କର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ। ପୂର୍ବରୁ ନିୟମ ଥିଲା େଯ ଏହି ପଦବିକୁ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରୁ ୩୦ ପ୍ରତିଶତ, ଗ୍ରାମସେବିକାଙ୍କ ମଧ୍ୟରୁ ୪୦ ପ୍ରତିଶତ ଓ ୩୦ ପ୍ରତିଶତ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ। କିନ୍ତୁ ଆଜିର ନିଷ୍ପତ୍ତି ଅନୁସାରେ, ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ଚୟନ ପ୍ରକ୍ରିୟା ମାଧ୍ୟମରେ ନିଯୁକ୍ତି ମିଳିବ ଓ ବାକି ୫୦ ପ୍ରତିଶତ ମଧ୍ୟରୁ ୪୭ ପ୍ରତିଶତ ସିଧାସଳଖ ନିଯୁକ୍ତି, ୩ ପ୍ରତିଶତ ଗ୍ରାମସେବିକାଙ୍କୁ ପଦୋନ୍ନତି ଭିତ୍ତିରେ ଅବସ୍ଥାପିତ କରାଯିବ। ତେବେ ଉପଲବ୍ଧ ଗ୍ରାମସେବିକା ପଦୋନ୍ନତି ପାଇସାରିବା ପରେ ୫୦ ପ୍ରତିଶତ ପଦବିେର ସିଧାସଳଖ ନିଯୁକ୍ତି େହବ। ରାଜ୍ୟର ଗ୍ରାମାଞ୍ଚଳରେ ସ୍ଥାପନ େହବାକୁ ଥିବା ୨୫ଟି ଘରୋଇ େମଡିକାଲ ପାଇଁ ଆଜି ବାଟ େଖାଲିଛି। ସରକାର ସ୍ଥିର କରିଛନ୍ତି ଯେ ସରକାରୀ ଘରୋଇ ଭାଗିଦାରୀ ଭିତ୍ତିେର ଅର୍ଥାତ୍ ପିପିପିରେ ଏସବୁ ପ୍ରକଳ୍ପ କରାଯିବ। ସରକାର ସବ୍ ଲିଜରେ ଜମି େଦବେ। ୨ ବର୍ଷ ନିର୍ମାଣ ଅବଧି ଓ ୩୦ ବର୍ଷ ଚୁକ୍ତିରେ ତଥା ପ୍ରଚଳିତ ଶିଳ୍ପ ନୀତି-୨୦୧୫ ଦରରେ ସେମାନଙ୍କୁ ଜମି ମିଳିବ। ସଂପୃକ୍ତ ସଂସ୍ଥାମାନେ ବାର୍ଷିକ ୧ପ୍ରତିଶତ ହିସାବରେ ଖଜଣା ଓ ଖଜଣାର ୭୫ ପ୍ରତିଶତ ବାର୍ଷିକ ସେସ୍ ସରକାରଙ୍କୁ ପ୍ରଦାନ କରିବାକୁ ପଡିବ। ଏହି ଜମି ଉପରେ ସଂପୃକ୍ତ ସଂସ୍ଥାମାେନ ଋଣ ମଧ୍ୟ େନଇପାରିେବ। ଆବଶ୍ୟକସ୍ଥଳେ ଦ୍ବିପାକ୍ଷିକ ଚୁକ୍ତି ମାଧ୍ୟମରେ ଲିଜ୍ ଅବଧି ବୃଦ୍ଧି କରାଯାଇପାରେ। କ୍ୟାବିେନଟ୍ ଆଜି ଶିଶୁ ଓ ମାତୃ ମୃତ୍ୟୁହାର ପୂର୍ଣ୍ଣ ନିରାକରଣ ଅଭିଯାନ ବଜେଟକୁ ୨୧୧ େକାଟିରୁ ୩୯୮ େକାଟିକୁ ବଢାଇଛନ୍ତି। ଏ ସଂପର୍କରେ ସୂଚନା େଦଇ ମୁଖ୍ୟସଚିବ କହିଥିଲେ, ମାତୃ ଓ ଶିଶୁମାନଙ୍କର ଚିକିତ୍ସାକୁ ଅଗ୍ରାଧିକାର ଓ ସମ୍ଭାବ୍ୟ ବିପଦକୁ ଏଡାଇବା ପାଇଁ େରଡ କାର୍ଡ ପ୍ରଚଳନ ପାଇଁ ନିଷ୍ପତ୍ତି େହାଇଛି। ଦୁର୍ଗମ ଅଞ୍ଚଳକୁ ପରିବହନ ବ୍ୟବସ୍ଥା, ଟୀକାକରଣ ଆଦି ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ କରାଯିବ। ଏହି େଯାଜନାକୁ ଦୃଢୀକରଣ କରିବା ପାଇଁ ରାଜ୍ୟ ସରକାର ସୁରକ୍ଷା କବଚ େଯାଜନାର ବ୍ୟବସ୍ଥା କରିଛନ୍ତି। ଏଥିରେ ସାେଢ ପାଞ୍ଚ ଲକ୍ଷ ମାଆ ଓ ଶିଶୁ ଉପକୃତ ହେବେ। ପରିବହନ ବ୍ୟବସ୍ଥା ପାଇଁ ଗର୍ଭବତୀ ମହିଳାଙ୍କୁ ୧୦୦୦ ଟଙ୍କା ଓ ଦୈନିକ ୫୦ ଟଙ୍କା ଭତ୍ତା ଦିଆଯିବ। ଦୁର୍ଗମ ଅଞ୍ଚଳରୁ ମହିଳାଙ୍କୁ ଡାକ୍ତରଖାନାକୁ ଆଣିବା ଲାଗି ୯୨ଟି ବାଇକ ଆମ୍ବୁଲାନସ ବ୍ୟବସ୍ଥା େହାଇଛି। ସେହିଭଳି ଶିଶୁ ସହିତ େଫରିବା ପାଇଁ ଆଉ ୫୦୦ ଟଙ୍କା ଦିଆଯିବ। କ୍ୟାବିେନଟ୍ ଆଜି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସହାୟ େଯାଜନାକୁ ବି ସଂପ୍ରସାରିତ କରିଛନ୍ତି। ସଫଳ ସେବା ପ୍ରଦାନ ପାଇଁ ଆଶାକର୍ମୀଙ୍କୁ ସର୍ତମୂଳକ ପାରିଶ୍ରମିକ ବାବଦକୁ ମାସିକ ୨ ହଜାର ଟଙ୍କା, ପ୍ରସୂତିକାଳୀନ ସୁବିଧା ବାବଦକୁ ୬ମାସ ପାଇଁ ମାସିକ ୧୦୦୦ ଟଙ୍କା ଓ ୫ ବର୍ଷ ପାଇଁ ସାଇକଲ, ଆଲମିରା, ଟର୍ଚ୍ଚ, ଛତା, ଚପଲ ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ୫୧୭ େକାଟି ଟଙ୍କାର ପରିବର୍ଧିତ ବ୍ୟୟ ଅଟକଳ କରାଯାଇଛି। ଏଥିରୁ ୨୭୬ େକାଟି ରାଜ୍ୟ ବଜେଟରୁ ଓ ବଳକା ଅର୍ଥ ଡିଏମ୍ଏଫ୍ କର୍ପସ, ଏନ୍ଏଚ୍ଏମ ଆଦିରୁ ଭରଣା େହବ। େସହିଭଳି ଆସନ୍ତା େଫବ୍ରୁଆରି ପହିଲାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନାକୁ ସଂପ୍ରସାରିତ କରାଯାଉଛି। ଏଥିରେ ଜନସାଧାରଣଙ୍କୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ େକନ୍ଦ୍ର, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, କଟକ ଓ ସର୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ପ୍ରତିଷ୍ଠାନ ସହିତ ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା େଯାଗାଇ ଦିଆଯିବ। ଏଣୁ ସରକାରଙ୍କୁ ୭୧େକାଟି ୯୧ଲକ୍ଷ ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିବ। ଏଣୁ ୫ବର୍ଷ ଲାଗି ବ୍ୟୟବରାଦ ରାଶିକୁ ୭୫୭ େକାଟି ୫୦ଲକ୍ଷକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର