ବାରଘର ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ତିତ୍‌ଲି ପରବର୍ତୀ ସ୍ଥିତି ଅନୁଧ୍ୟାନ ଲାଗି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯାଉଛନ୍ତି। ଆସନ୍ତାକାଲି ସକାେଳ େସ ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତର ବାରଘର ଅଞ୍ଚଳ ଯିେବ। େସଠାରେ େସ ଦୁର୍ଗତଙ୍କୁ େଭଟିେବ। ବାରଘରରେ ପାହାଡ ଧସିଯାଇଥିଲା, ଯେଉଁଥିରେ ଏଯାଏ ସରକାରୀ ଭାବେ ୧୫ଜଣ େଲାକଙ୍କ ପ୍ରାଣହାନି େହାଇଥିବା କୁହାଯାଉଛି। ପରେ ମୁଖ୍ୟମନ୍ତ୍ରୀ ଭଞ୍ଜନଗର ଯିେବ। େସଠାେର େସ ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରି ପ୍ରାରମ୍ଭିକ ସହାୟତା େଘାଷଣା କରିଥିେଲ। ଅନ୍ୟପକ୍ଷରେ ଆସନ୍ତାକାଲି ସ୍ବତନ୍ତ୍ର ରିଲିଫ୍ କମିସନର କ୍ଷୟକ୍ଷତି ସଂକ୍ରାନ୍ତ ପ୍ରାଥମିିକ ରିେପାର୍ଟ ସରକାରଙ୍କୁ େଦବେ େବାଲି ସୂଚନା ମିଳିଛି। ଗତକାଲିସୁଦ୍ଧା ବିଭିନ୍ନ ବିଭାଗ େସମାନଙ୍କର କ୍ଷୟକ୍ଷତି ରିେପାର୍ଟ େଦବା କଥା। ମାତ୍ର ଅଧିକାଂଶ ବିଭାଗ ଅଧାପନ୍ତରିଆ ତଥ୍ୟ େଦଇଥିବାରୁ ରିେପାର୍ଟ ପ୍ରସ୍ତୁତିରେ ବିଳମ୍ବ େହଉଥିବା ସୂଚନା ମିଳିଛି। ଏହି ରିେପାର୍ଟ ଆଧାରରେ ରାଜ୍ୟ ସରକାର େକନ୍ଦ୍ରୀୟ ସହାୟତା େଲାଡିପାରନ୍ତି।

ଏପଟେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର େକଉଁଭଳି ଭାବେ ରିଲିଫ୍ ସହାୟତା ପ୍ରଦାନ କରାଯିବ, େସ େନଇ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିସହିତ ତିନିଟି ଜିଲ୍ଲାକୁ ୧୦୨ େକାଟି ଟଙ୍କା ପ୍ରଦାନ କରାଯାଇଛି। ଏଥିେର କୁହାଯାଇଛି, ଗଜପତି ଜିଲ୍ଲାରେ ୧୦୦୦ ଟଙ୍କା ବ୍ୟତୀତ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା େଯାଜନାେର ଅନ୍ତର୍ଭୁକ୍ତ ଥିବା ପ୍ରତି ପରିବାରକୁ ଆଉ ୫୦ ଟଙ୍କା ଦିଆଯିବ। ଏହି ଅର୍ଥରେ ସେମାେନ ସରକାରଙ୍କ େଘାଷଣା ଅନୁସାରେ ଆଉ ୫୦ େକଜି ଟଙ୍କିକିଆ ଚାଉଳ ନେେବ। ଟଙ୍କା ବଣ୍ଟନ େବଳେ େଯମିତି ସ୍ବଚ୍ଛତା ଅବଲମ୍ବନ ହୁଏ, େସ େନଇ ତାଗିଦ୍ କରାଯାଇଛି। ପଞ୍ଚାୟତସ୍ତରରେ ଭିଡିଓଗ୍ରାଫି କରିବା ସହିତ ଖାଦ୍ୟ ସୁରକ୍ଷା କାର୍ଡରେ ଉେଲ୍ଲଖ କରିବା ପାଇଁ କୁହାଯାଇଛି। ବଳକା ୨ ହଜାର ଟଙ୍କା େସମାନଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ଗଜପତି ଜିଲ୍ଲାର ୧ଲକ୍ଷ ୪ ହଜାର ୬୮୧ ଜଣ ହିତାଧିକାରୀ ଏଥିରେ ୧୧ େକାଟି ଟଙ୍କା ପାଇବେ। ଗଞ୍ଜାମର ୫ଲକ୍ଷ ୯୭ ହଜାର ୨୧ଜଣଙ୍କୁ ୮୯ େକାଟି ୬୦ଲକ୍ଷ ଏବଂ ରାୟଗଡାର ୧୪ ହଜାର ଜଣଙ୍କୁ ୧ େକାଟି ୪୦ଲକ୍ଷ ଦିଆଯିବ। ଉେଲ୍ଲଖଯୋଗ୍ୟ, ଆଜି ଜଳକା ସମେତ ସବୁ ନଦୀର ଜଳପତ୍ତନ ବିପଦ ସଙ୍କେତ ତଳକୁ ଆସିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର