ବିରୋଧୀଙ୍କ ଲମ୍ବା ଭାଷଣ ବନାମ ନବୀନଙ୍କ ପଦେ କଥା ! ମୁଖ୍ୟମନ୍ତ୍ରୀଙ୍କ ‘ଆପଣ ମାନେ ଖୁସି ତ’

ଭୁବନେଶ୍ବର: ବିରୋଧୀଙ୍କ ଲମ୍ବା ଭାଷଣ ବନାମ ନବୀନଙ୍କ ପଦେ କଥା ! ମୁଖ୍ୟମନ୍ତ୍ରୀଙ୍କ ‘ଆପଣ ମାନେ ଖୁସି ତ’ ପ୍ରଶ୍ନର ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି ଜନତା । ବିରୋଧୀ ନେତାଙ୍କ ଦୀର୍ଘ ସମୟଧରି ଭାଷଣ ବନାମ ନବୀନଙ୍କ ପଦେ କଥା । ନିର୍ବାଚନୀ ସଭାରେ ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଖୁସି ତ ବୋଲି ପଚାରୁଥିବାବେଳେ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି ଜନତା । ଆଉ ନବୀନଙ୍କ ଉତ୍ତର ମୁଁ ବି ବହୁତ ଖୁସି । ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ନବୀନ ଯେତେବେଳେ ଆପଣ ମାନେ ଖୁସି ତ ବୋଲି ପ୍ରଶ୍ନ କରୁଛନ୍ତି ସେତେବେଳେ ଉପସ୍ଥିତ ଜନତା ମଧ୍ୟ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି । ଆଉ ନବୀନ ସନ୍ଦେଶ ଦେଉଛନ୍ତି ଯେ, ସାଧାରଣ ଜନତାଙ୍କ ଖୁସିରେ ସେ ମଧ୍ୟ ଖୁସି । ନବୀନଙ୍କ ଏହି ଡାଇଲଗ୍ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନଙ୍କ ଏହି ପଦେ କଥା ବିରୋଧୀଙ୍କ ଲମ୍ବା ଭାଷଣକୁ ମାତ୍ ଦେବାକୁ ଯଥେଷ୍ଟ । ଆଉ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଖୁସିର ବାତାବରଣ ତିଆରି କରି ନବୀନ ନୂଆ ଟ୍ରେଣ୍ଡ ତିଆରି କରିଥିବା କୁହାଯାଉଛି ।

ଟିକେ ମନେ ପକାନ୍ତୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଓଡିଶା ଭଳି ପଛୁଆ ରାଜ୍ୟରେ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରି ରାଜ୍ୟବାସୀଙ୍କ ପାଇଁ ବଡ ଗୌରବ ଆଣିଦେଇଥିଲେ ବିଜେଡି ସରକାର । ଓଡିଶାକୁ ଛୁଟିଥିଲା ଅନ୍ତର୍ଜାତୀୟ ଖେଳାଳୀଙ୍କ ସୁଅ । ବିଦେଶୀ ଖେଳାଳିଙ୍କଠାରୁ ଆରମ୍ଭ କରି ଟପ୍ ଅଫିସିଆଲ ଓଡିଶାର ଆୟୋଜନକୁ ଦେଖି ପ୍ରଶଂସାରେ ପୋତି ପକାଉଥିଲେ । ଆଉ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ କ୍ରୀଡା ମହାକୁମ୍ଭର ଉଦଘାଟନ କରି ଦର୍ଶକଙ୍କୁ ନବୀନ ପଚାରିଥିଲେ ଆପଣମାନେ ଖୁସି ତ ?

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ନବୀନଙ୍କ ଏହି ନାରା ଲୋକପ୍ରିୟ ହେବା ପରେ, ସବୁ ସମାରୋହରେ ଶୁଣିବାକୁ ମିଳୁଥିଲା । ଅତି ଚତୁରତାର ସହ ଏହି ସ୍ଲୋଗାନକୁ ଲୋକପ୍ରିୟ କରାଇବାରେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ତମାମ ସମାଲୋଚନା ସତ୍ୱେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଲୋକେ ପାଉଥିବାରୁ ଓ ମୁଖ୍ୟମନ୍ତ୍ରୀ ଭାବେ ଏସବୁ ସୁବିଧା ଯୋଗାଇ ଦେଉଥିବାରୁ ଲୋକମାନଙ୍କ ଖୁସିକୁ ପ୍ରଚାର ପ୍ରସାର କରିବାର ନୂଆ ତରିକା ବାହାର କରିଛନ୍ତି ବିଜେଡି ସୁପ୍ରିମୋ । ସେହିପରି ନିର୍ବାଚନ ସମୟରେ ମୋଦିଙ୍କୁ ଘେରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆ ସ୍ଲୋଗାନ ଚୌକିଦାର ଚୋର ହେ । ଏହାକୁ କାଉଂଟର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନ୍ ମେ ଭି ଚୌକିଦାର । ହେଲେ ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି ଏକ ସ୍ଥିର ସରକାର ଦେଇଆସୁଥିବା ବିଜେଡି ରାଜ୍ୟବାସୀଙ୍କ ପାଇଁ କରିଥିବା ଯୋଜନାକୁ ଆଧାର କରି ନବୀନଙ୍କ ନୂଆ ସ୍ଲୋଗାନ ।

ସମ୍ବନ୍ଧିତ ଖବର