ଭୁବନେଶ୍ବର: ବିଜେଡିର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ସଦସ୍ୟମାନେ ଆଜି ସନ୍ଧ୍ୟାରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି। ନବୀନ ଆଲୋଚନା ସମୟରେ କହିଛନ୍ତି ଯେ ଓଡ଼ିଶାବାସୀ ଆମକୁ ୨୪ବର୍ଷ ଧରି ନିରନ୍ତର ଭାବେ ଆଶୀର୍ବାଦ ଦେଇଛନ୍ତି। ସେଥିପାଇଁ ଆମେ ସମେସ୍ତ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଆଗକୁ ଏହି କଠିନ ପରିଶ୍ରମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

Advertisment

ନବୀନଙ୍କୁ ଭେଟିଲେ ବିଜେଡିର ରାଜ୍ୟସ୍ତରୀୟ ସମନ୍ୱୟ କମିଟି କର୍ମକର୍ତ୍ତା
ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ

ଏହାସହ ନବୀନ କହିଛନ୍ତି ଯେ ଆସନ୍ତା ନଭେମ୍ବରରୁ ସେ ସାରା ରାଜ୍ୟ ଗସ୍ତ କରି ଦଳର କର୍ମୀ ଓ ତୃଣମୂଳସ୍ତରର ନେତାଙ୍କୁ ଭେଟିବେ। ଏହି ଅବସରରେ କମିଟିର ସଦସ୍ୟମାନେ ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା, ଦଳର ଛାତ୍ର, ଯୁବ, ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବାକୁ କୁହାଯାଇଛି। ଅକ୍ଟୋବର ୨ରୁ ପ୍ରତିବର୍ଷ ଭଳି ଏକ ମାସବ୍ୟାପୀ ପଦଯାତ୍ରା ଆରମ୍ଭ କରିବାକୁ କୁହାଯାଇଛି।