ଭୁବନେଶ୍ୱର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଆମ ଆଦମୀ ପାର୍ଟି | ଶେଷ ଖବର ସୁଦ୍ଧା ଆମ ଆଦମୀ ପାର୍ଟି ୬୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଜ୍ରିୱାଲ ଓ ଆପକୁ ଶୁଭେଚ୍ଛା ଜଣାଇଛନ୍ତି |

Advertisment

ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପାଇଥିବାରୁ ଅରବିନ୍ଦ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟିକୁ ସେ ଅଭିନନ୍ଦନ ଜଣାଉଛନ୍ତି | ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ନବୀନ ଶୁଭକାମନା ଜଣାଇଛନ୍ତି |


ଏଠାରେ ସୂଚନା ଥାଉ କି ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷିତ ନଥିଲେ ସୁଦ୍ଧା ଭୋଟ ଗଣତିର ଟ୍ରେଣ୍ଡ ଆଧାରରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିପୁଳ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ସଦ୍ୟତମ ସୂଚନା ଅନୁଯାୟୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ମଧ୍ୟରୁ ଆପ୍‌ ୬୦ଟି ଆସନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି) ଠାରୁ ଯଥେଷ୍ଟ ଆଗରେ ରହିଛି।