ରାଜ୍ୟବାସୀଙ୍କୁ ଇଦ ପାଇଁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ୍-ଜୁହା | ସାରା ରାଜ୍ୟରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଇଦ ଖୁସି ଆଣିବା ସହ ଭାଇଚାରା, ଶାନ୍ତି ସୁଦୃଢ କରୁ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି | ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଇଦ ଅବସରରେ ଶୁଭକାମନା ଜଣାଇଛନ୍ତି |


ରାଷ୍ଟ୍ରପତି ଟ୍ୱିଟ କରି ଲେଖିଛନ୍ତି ଯେ ଇଦ-ଉଲ-ଜୁହା ପ୍ରେମ, ଭାଇଚାରା ଓ ମାନଵସେବାର ପ୍ରତୀକ | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇଦ୍-ଉଲ୍-ଜୁହା ଅବସରରେ କହିଛନ୍ତି ଯେ ଇଦ ସମାଜରେ ଖୁସି ଓ ଶାନ୍ତି ଆଣିଦେଉ | ଆଜି ସକାଳୁ ରାଜ୍ୟର ସମସ୍ତ ମସଜିଦରେ ମୁସଲମାନ ଭାଇମାନେ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି |

ପରିବାରର ସମସ୍ତ ସଦସ୍ୟ ସ୍ନାନାଦି କର୍ମ ସମାପନ କରି ନୂତନ ବସ୍ତ୍ର ପରିଧାନ କରିଥିଲେ | ଏହାପରେ ନମାଜ ପାଠ କରିବାକୁ ‘ଇଦଘା’ ଯାଇଥିଲେ | ସମୂହ ପ୍ରାର୍ଥନାର ପରିସମାପ୍ତି ପରେ ସମସ୍ତେ ପରସ୍ପରକୁ ବକରା ଇଦର ଶୁଭେଚ୍ଛା ଜଣାଇଥିଲେ |

ସମ୍ବନ୍ଧିତ ଖବର