ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାରେ ରେଳ ପ୍ରକଳ୍ପ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। ନବୀନ ଚିଠିରେ ବୁଢ଼ାମରା-ଚକୁଳିଆ ରେଳପଥ ପ୍ରକଳ୍ପକୁ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ପ୍ରକଳ୍ପରୁ ଓଡ଼ିଶା ଏବଂ ଝାଡ଼ଖଣ୍ଡର ସାଧାରଣ ଜନତା ଅଧିକ ଉପକୃତ ହେବେ। ବୁଢ଼ାମରା-ଚକୁଳିଆ ପ୍ରକଳ୍ପ ପାଇଁ ପୂର୍ବରୁ ଅନୁମତି ମିଳିଥିଲା। ପୁଣି ଥରେ ତାଲିକାଭୁକ୍ତ କରି ପ୍ରକଳ୍ପ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଦାବି କରିଛନ୍ତି।
ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
/sambad/media/post_attachments/wp-content/uploads/2018/11/naveen-patnaik.bmp)