ନୀତି ଆୟୋଗ ନିକଟରେ ସ୍ୱତନ୍ତ୍ର ପାହ୍ୟା ଦାବି କଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗକୁ ଚିଠି ଲେଖି ମୋଦିଙ୍କ ନିକଟରେ ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟର ବିକାଶକୁ ଗତିଶୀଳ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି।

ଚିଠିରେ ଚାଷୀଙ୍କ ଆୟ ଦୁଇଗୁଣ କରିବା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ନବୀନ। ସେହିଭଳି ଉତ୍ପାଦନ ଖର୍ଚ୍ଚର ବାସ୍ତବିକ ଆକଳନ ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି। ନବୀନ କହିଛନ୍ତି, ହିସାବର ରୂପରେଖ ଜାଣିବାକୁ ଆମେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଛୁ। ଚାଷୀ ଋଣ ଛାଡ଼ ପ୍ରସଙ୍ଗରେ ଜାତୀୟ ନୀତି ରହିବା ଆବଶ୍ୟକ। ଏସଂକ୍ରାନ୍ତରେ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସ୍ୱାଗତ କରିବ। ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ନବୀନ ଚିଠିରେ ଆଗାମୀ ଅଗଷ୍ଠ ୧୫ରେ ଆରମ୍ଭ ହେବାକୁ ଯାଉଥିବା ‘ଆୟୁଷ୍ମାନ ଭାରତ’ ଯୋଜନା ସମ୍ପର୍କରେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର