ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ସଂରକ୍ଷଣ ନେଇ ନିକଟରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା।

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭାରେ ମହିଳା ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ଗତ ନଭେମ୍ବର ୨୦ରେ ବଡ଼ ପ୍ରସ୍ତାବ ଆଣିଥିଲେ। ରାଜ୍ୟ ସରକାର ବିଧାନସଭାରେ ୩୩ ପ୍ରତିଶତ ମହିଳା ସଦସ୍ୟ ରହିବେ ବୋଲି ସଂକଳ୍ପ ପାରିତ କରିଥିଲେ। ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷିତ ରହୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପ୍ରସ୍ତାବ ଆଣିଥିଲେ। ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ଗତ ନଭେମ୍ବର ୨୦ରେ କହିଥିଲେ। ଏହା ପରେ ସଙ୍କଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର