ଭୁବନେଶ୍ବର : କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଟିକା କମ୍ପାନିମାନଙ୍କ ସହ ଚୁକ୍ତି କରି ଟିକା ଆମଦାନୀ କରିବା ସହ ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଥିବାବେଳେ ରାଜ୍ୟମାନଙ୍କ ମଧ୍ୟରେ ଏ ନେଇ ଏକ ସହମତି ସୃଷ୍ଟି କରିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ରଲେଖି ମିଳିତ ଭାବେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ।
/sambad/media/post_attachments/wp-content/uploads/2021/06/l1.jpg)
/sambad/media/post_attachments/wp-content/uploads/2021/06/l2.jpg)
ନିଜ ପତ୍ରରେ ସେ ଲେଖିଛନ୍ତି ଯେ ଦେଶରେ ଟିକା ଅଭାବ ଦେଖାଦେଇଥିବାରୁ 3ୟ ପର୍ଯ୍ୟାୟ ଟିକାକରଣ ଗୁରୁତରଭାବେ ପ୍ରଭାବିତ ହୋଇଛି । ମାତ୍ର ଦେଶରେ ଥିବା ଟିକା କମ୍ପାନିମାନେ ମଧ୍ୟ ଏହି ବର୍ଦ୍ଧିତ ଆବଶ୍ୟକତା ମେଣ୍ଟାଇ ପାରୁନାହାନ୍ତି । ଏଣୁ ବିଦେଶରୁ ଟକା ଆମଦାନୀ ଜରୁରୀ ହୋଇପଡ଼ିଛି । କିନ୍ତୁ ଅନ୍ତର୍ଜାତୀୟ ଟିକା କମ୍ପାନିମାନେ ଟିକା ପାଇଁ କେବଳ ଭାରତ ସରକାରମାନଙ୍କ ସହ ଚୁକ୍ତି କରିବାକୁ ଚାହୁଁଥିବାରୁ କେନ୍ଦ୍ର ସରକାର ଟିକା ଆମଦାନୀ କରି ରାଜ୍ୟମାନଙ୍କ ମଧ୍ୟରେ ଆବଣ୍ଟନ କରନ୍ତୁ ।ଏହା ସହିତ କେନ୍ଦ୍ର ସରକାର ଟିକାଦାନ ପଦ୍ଧତିର ବିକେନ୍ଦ୍ରୀକରଣ ମଧ୍ୟ କରନ୍ତୁ ।ଅର୍ଥାତ ଟିକାଦାନ କରିବାର ଯ଼ୋଜନା ପ୍ରସ୍ତୁତିର ଅଧିକାର ରାଜ୍ୟମାନଙ୍କୁ ଦିଆଯ଼ାଉ ।ଏପରି ହେଲେ ସବୁ ଅଞ୍ଚଳର ଲୋକମାନଙ୍କ ନିକଟରେ ଟିକା ପହଞ୍ଚିପାରିବ ବୋଲି ସେ ଦର୍ଶାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-5926664_1920.jpg)