ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ନବୀନ ପାଣି ଜମିବା ସମସ୍ୟା ସମାଧାନ ପାଇଁ ହସ୍ତକ୍ଷେପ ଲୋଡିଛନ୍ତି। ଚିଠିରେ ନବୀନ କହିଛନ୍ତି, ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପୂର୍ବରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ)କୁ ଡ୍ରେନେଜ ବ୍ୟବସ୍ଥା ପାଇଁ କୁହାଯାଇଥିଲା। ଏନ୍ଏଚ୍ଆଇକୁ ଇସ୍କନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା କରାଯିବା ପାଇଁ କୁହାଯାଇଥିଲା। ସେହିଭଳି ରସୁଲଗଡ଼/ପଲାଶୁଣି ଓ ପାହାଳରେ ଡ୍ରେନ ପାଇଁ କୁହାଯାଇଥିଲା କିନ୍ତୁ ଏଯାଏଁ ପାଣି ଜମିବା ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଓଲଟା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ହେବା ମାତ୍ରେ ୩ ଫୁଟ ଉଚ୍ଚ ପାଣି ଜମୁଛି। ଏହା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଅଟକ ଥିବା ଗାଡ଼ି ନଷ୍ଟ ହେଉଛି।
ଇସ୍କନ ମନ୍ଦିର ସାମ୍ନାରେ ପାଣି ଜମିବା ସଂକ୍ରାନ୍ତରେ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ
/sambad/media/post_attachments/wp-content/uploads/2018/07/naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)