ଭୁବନେଶ୍ବର: ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କ ହାତ ଓ ମୁଣ୍ଡ ଥରୁଥିଲା। ତାଙ୍କ ମାଇକ୍‌ ଆଉ ଜଣେ ଧରୁଥିଲା। ହେଲେ ଏବେ ନବୀନ ବାବୁ ତ ଏକଦମ୍‌ ଫିଟ୍‌ ଅଛନ୍ତି। ସେ ଠକ୍‌ଠକ୍‌ କରି ଚାଲୁଛନ୍ତି। ବ୍ୟୁଟିଫୁଲ୍‌ ଦେଖାଯାଉଛନ୍ତି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି। ଆଜି ନୂଆ ବାଚସ୍ପତି ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ ଆରେ ଆମ ନବୀନ ବାବୁ ତ ବଢ଼ିଆ ଚାଲୁଛନ୍ତି। ବାସ୍ତବରେ ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ସିଏ ବୟସ୍କ ଲୋକ, ବାଚସ୍ପତିଙ୍କୁ ପାଛୋଟି ନେବା ବେଳେ କାଳେ ପଡ଼ିଯିବେ ବୋଲି ମୁଁ ତାଙ୍କ ପଛେ ପଛେ ଚାଲୁଥିଲି। ହେଲେ ସିଏ ଭଲ କରି ଚାଲୁଥିଲେ। ଠକ୍‌ ଠକ୍‌ କରି ପାହାଚ ଚଢ଼ି ଚଢ଼ି ଗଲେ। ତାଙ୍କ ହାତ ଥରୁନି। ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ। ଭଲ କଥାବାର୍ତ୍ତା ହେଲେ। ସେ ମୋତେ ପଚାରିଲେ, ଆପଣ ଖୁସି ତ?

Advertisment

ମୁଁ କହିଲି: ବହୁତ ବଢ଼ିଆ। ପୂରା ଖୁସି, ବ୍ୟୁଟିଫୁଲ୍‌। ହେଲେ ଆଗରୁ ତାଙ୍କ ହାତ କାହିଁକି ଥରୁଥିଲା? ସେ କାହିଁକି ମୁଣ୍ଡ ହଲାଉଥିଲେ? ତାଙ୍କ ମାଇକ୍‌ ଆଉ କାହାକୁ ଧରିବାକୁ କାହିଁକି ପଡ଼ୁଥିଲା ସେ ସମ୍ପର୍କରେ ମୁଁ ଜାଣିପାରୁନି। ଆଜି ଦେଖି‌ଲି ସେ ଏକଦମ୍‌ ଫିଟ୍‌। ନବୀନ ବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ସେ ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡ଼ିଗଲା। ପାଇଟି ସରିଲା। ବିଜେଡି ସହିତ କଂଗ୍ରେସ ହାତ ମିଳାଇବା ନେଇ କୁହାଯାଉଥିବା ପ୍ରଶ୍ନରେ ତାରା କହିଛନ୍ତି ଯେ କଂଗ୍ରେସ କାହା ସହିତ ହାତ ମିଳାଇନି। କଂଗ୍ରେସ ନିଜ କାମ ନିଜେ କରିବ। ଜନସାଧାରଣଙ୍କ ପାଇଁ କଂଗ୍ରେସର ଯେଉଁ କର୍ତ୍ତବ୍ୟ, ତାହା କରିବ। କାହା ସହିତ କମ୍ପ୍ରମାଇଜ୍‌ କରିବ ନାହିଁ।