ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଗୁରୁବାର ତୃତୀୟ ତଥା ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହି ଅବସରରେ ପୁଲିସ ଅଧିକାରୀଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଅପରାଧ ନିୟନ୍ତ୍ରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ସୂଚନାଯୋଗ୍ୟ, ଏହି ପୁଲିସ ଅଧିକାରୀ ସମ୍ମିଳନୀ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏଥିରେ ସବୁ ଜିଲ୍ଲା ଏସପି, ଆଇଜି ଡ଼ିଆଜି ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସବୁ ଜିଲ୍ଲାରେ ମଡେଲ ପୁଲିସ ଷ୍ଟେସନ୍ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ ହେବା ସହ ସୋସିଆଲ ମିଡିଆର ଅପବ୍ୟବହାରକୁ କିପରି ରୋକ ଯାଇପାରିବ ତାହା ମଧ୍ୟ ଆଲୋଚନା ହୋଇଥିଲା। ଶେଷଦିନରେ ରାଜ୍ୟର ଉନ୍ନତି ସାଙ୍ଗକୁ ପୁଲିସର ବିକାଶ ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/vlcsnap-2018-03-15-15h01m44s652.png)