ଭୁବନେଶ୍ବର: ୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ୟର ସାହାରା ନେଇ ନିର୍ବାଚନୀ ମଞ୍ଚରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ରାଜ୍ୟର ଜନସାଧାରଣଙ୍କ ପାଖକୁ ଏକ ନକାରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିଲା। ନବୀନଙ୍କ ପ୍ରଚାର ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ପରେ ବିଜେଡ଼ି ସରକାରଙ୍କ ପତନ ଘଟିଥିଲା।
ରାଜ୍ୟରେ ନୂଆ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିଲା। ନିର୍ବାଚନ ଫଳାଫଳ ପରେ ପରେ ନବୀନ କିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ସେ ନିଜେ କାର୍ଯ୍ୟକ୍ଷମ ଏବଂ ସକ୍ରିୟ ଥିବାଭଳି ସାଧାରଣ ଭାବରେ ପ୍ରତି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବରୁ ଅନ୍ୟର ସାହାରାକୁ ଚାହିଁ ବସିଥିବା ନବୀନଙ୍କର ଏଭଳି କିଭଳି ହଠାତ୍ ପରିବର୍ତ୍ତନ ଘଟିଲା ସେନେଇ ରାଜ୍ୟ ରାଜନୈତିକ ମହଲରେ ସରଗରମ ଚର୍ଚ୍ଚା ହୋଇଥିଲା। ଏହା ପଛର ରହସ୍ୟ କେବଳ ରହସ୍ୟ ହୋଇ ରହିଯାଇଥିଲା।
ବିଧାନସଭା ନିର୍ବାଚନ ପରେ ପରେ ନବୀନଙ୍କ କ୍ରେଜ୍ ବଢ଼ିବାରେ ଆରମ୍ଭ କରିଥିଲା। ଏବେ ମଧ୍ୟ ଏହା ଜାରି ରହିଛି। ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ନବୀନ ମୁମ୍ବାଇର କୋକିଲାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ମେରୁଦଣ୍ଡର ସାର୍ଭିକାଲ ଆର୍ଥ୍ରାଇଟିସ୍ର ସଫଳ ଅସ୍ତ୍ରୋପଚାର ହୋଇଥିଲା। ସେତେବେଳେ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଅହେତୁକ କ୍ରେଜ୍ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ନବୀନଙ୍କ ସୁସ୍ବାସ୍ଥ୍ୟ ପାଇଁ ହଜାର ହଜାର ବାର୍ତ୍ତା ଦେଖିବାକୁ ମିଳିଥିଲା। ଏହା ତାଙ୍କର ଲୋକପ୍ରିୟତାକୁ ପୁଣି ପ୍ରତିପାଦିତ କରିଥିଲା।
ସମ୍ପ୍ରତି ଅଗଷ୍ଟ ୧୭ ତାରିଖରେ ଡିହାଇଡ୍ରେସନ୍ ଯୋଗୁ ନବୀନଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତିମଧ୍ୟରେ ନବୀନ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି। କିନ୍ତୁ ଏବେ ନବୀନଙ୍କୁ ନେଇ ଜାତୀୟ ସ୍ତରରେ କ୍ରେଜ୍ ସୃଷ୍ଟି ହୋଇଛି।
Thank you, Hon’ble Prime Minister Shri @narendramodi Ji for calling to inquire about my health and wishing speedy recovery.
— Naveen Patnaik (@Naveen_Odisha) August 20, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ରେ ନବୀନଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହାସହ ମୋଦୀ ନବୀନଙ୍କୁ କହିଛନ୍ତି ଯେ, କିଛିଦିନ ବିଶ୍ରାମ ନେଇ ଶୀଘ୍ର ଦିଲ୍ଲୀ ଆସିଲେ ଭେଟ ହେବା। ସେହିପରି କଂଗ୍ରେସ ସଭାପତି ମଲ୍ଲକାଜୁର୍ନ ଖଡ୍ଗେ ମଧ୍ୟ ନବୀନଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଫୋନ୍ରେ ନବୀନଙ୍କ ସହ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Thank you, Indian National Congress President Shri @kharge Ji, for calling to inquire about my health.
— Naveen Patnaik (@Naveen_Odisha) August 20, 2025
ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ନବୀନ ପୁଣି ଥରେ ଲୋକପ୍ରିୟତା ଆଡକୁ ମୁହାଁଇଛନ୍ତି। ତାଙ୍କ ପ୍ରତି ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତାଙ୍କର ଭଲ ପାଇବା ବଢ଼ିବାରେ ଲାଗିଛି।
Thank you, Former Governor of Andhra Pradesh and Chhattisgarh, Hon’ble @BiswabhusanHC Ji for calling to inquire about my health.
— Naveen Patnaik (@Naveen_Odisha) August 20, 2025
Thank you, @INCOdisha President Shri @BhaktaCharanDas Ji, Law Minister of #Odisha Shri @PrithivirajBJP Ji and Health Minister Shri @MahalingMukesh…
ସେହପରି ରାଜ୍ୟସ୍ତରୀୟ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶୁ ଆରୋଗ୍ୟ କାମନା କରିଥିଲେ।
ବିରୋଧୀ ଦଳ ନେତା ଶ୍ରୀଯୁକ୍ତ @Naveen_Odishaଙ୍କ ଅସୁସ୍ଥତା ବିଷୟରେ ଜାଣିବାକୁ ପାଇଲି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।
— Mohan Charan Majhi (@MohanMOdisha) August 17, 2025
ବିଜେଡି ସରକାରରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବରି ବିଧାୟକ ବିଶ୍ବରଂଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ବରୂପ ଦାସ, ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ବର ମହାନଗର ନିଗମ (ବିଏମସି) ମେୟର ସୁଲୋଚନାଦାସ ପ୍ରମୁଖ ନବୀନଙ୍କୁ ଭେଟିଥିଲେ।
ବିରୋଧୀ ଦଳ ନେତା ଶ୍ରୀ @Naveen_Odisha ଙ୍କ ଅସୁସ୍ଥତା ବାବଦରେ ଖବର ପାଇଲି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।
— Pravati Parida (@PravatiPOdisha) August 17, 2025
ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା, ବିରୋଧୀ ଦଳର ନେତା, ସମର୍ଥକ ଓ ପ୍ରଶଂସକ ଡାକ୍ତରଖାନାରେ ଭେଟିବା ପାଇଁ ଯାଇଥିଲେ। ସେହିପରି ସମର୍ଥକ ଓ ପ୍ରଶଂସକମାନେ ପ୍ରଭୁ ଜନ୍ନାନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
Thank the people of #Odisha for the good wishes. I would like to thank the doctors and medical staff for taking wonderful care of me. I am recovering well and will meet the people soon. #JaiJagannatha 🙏🏻 pic.twitter.com/JSgb7Oqxdr
— Naveen Patnaik (@Naveen_Odisha) August 18, 2025
Naveen Pattnaik | BJD | pm-narendra-modi | mallikarjun kharge | BJP | congress