ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି, ସଂକ୍ରମଣ ଦୃଷ୍ଟିରୁ ପିପିଲିରେ ପ୍ରଚାର ନକରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟୁଇଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି । ପିପିଲି ଉପନିର୍ବାଚନରେ ରାଲି କରିବନି ବିଡେଡି । ବଢୁଥିବା ସଂକ୍ରମଣ ଦୃଷ୍ଟିରେ ରଖି ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ବିଜେଡି ରାଲିଠାରୁ ଦୂରେଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେବା ପରେ ଏହା ଟ୍ୱିଟରରେ ଟ୍ରେଣ୍ଡିଂ ପାଲଟିଛି । ହାସଟ୍ୟାଗ୍ #StatesmanNaveen ଭାବେ ଟ୍ୱିଟରରେ ଟ୍ରେଣ୍ଡ ହେଉଛି ।

କରୋନା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଓ ରାଲିକୁ ଜୋରଦାର କରାଯାଉଥିବା ବେଳେ ନବୀନ କିନ୍ତୁ ନିର୍ବାଚନୀ ରାଲିକୁ ନା କରିଛନ୍ତି । ଆଉ ନବୀନଙ୍କ ଏହି ନିଷ୍ପତ୍ତି ସମସ୍ତେ ପ୍ରଶଂସା କରିଛନ୍ତି । ପୂରା ଟ୍ୱିଟରରେ ନବୀନଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଥିବା ବେଳେ ଟୁଇଟରରେ ୨ ନମ୍ବର ଟ୍ରେଣ୍ଡିଂରେ ଅଛନ୍ତି ନବୀନ । ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ କରି ଲେଖିିଛନ୍ତି, ସମସ୍ତଙ୍କ ଜୀବନ ମୂଲ୍ୟବାନ ଓ ରାଜ୍ୟର ସମସ୍ତ ଲୋକ ତାଙ୍କ ପରିବାର ଭଳି । କରୋନା କାଳରେ ଲୋକଙ୍କ ଜୀବନକୁ ତାଙ୍କ ଦଳ ବିପଦରେ ପକାଇବ ନାହିଁ । ବିଜେଡି ଏକ ଦାୟିତ୍ୱବାନ ଦଳ ହୋଇଥିବାରୁ ସମାବେଶ ଓ କିମ୍ବା ପ୍ରଚାର ମିଟିଂ ହେବ ନାହିଁ ।

ସେପଟେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେବା ପରେ ପିିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଏପ୍ରିଲ ୨୭ରେ ପ୍ରାର୍ଥୀପତ୍ର ଯାଂଚ ଓ ୨୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଆଉ ମେ ୧୩ରେ ଭୋଟ ପଡିବ ଓ ମେ ୧୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଆଉ ଏତିକି ବେଳେ ଲୋକଙ୍କ ଜୀବନ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ପ୍ରଚାରକୁ ନା କହିଛନ୍ତି ଯାହା ଟୁଇଟରରେ ଟ୍ରେଣ୍ଡ ପାଲଟିଛି ।

ସମ୍ବନ୍ଧିତ ଖବର