ଭୋଟ ଗଣତି ଚାଲିଥିବା ବେଳେ ଧଳା ଟ୍ରାଉଜର ଓ ଟି-ସାର୍ଟ ପିନ୍ଧି ନବୀନ ନିବାସରେ ଜଗିଂ କରୁଥିଲେ ବିଜେଡି ସୁପ୍ରିମୋ !

ଭୁବନେଶ୍ୱର: ଗୋଟିଏ ପଟେ ପାଟକୁରାରେ ବିଜେଡି ବିଜୟ ବାନା ଉଡାଉଥିବା ବେଳେ ଅନ୍ୟପଟେ ଦଳର ସୁପ୍ରିମୋ ନବୀନଙ୍କୁ ଏକ ଭିଡିଓରେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି। ପାଟକୁରାରେ ଭୋଟ ଗଣତି ଚାଲିଥିବା ବେଳେ ନବୀନ ନିବାସରେ ବିଜେଡି ସୁପ୍ରିମୋ ପ୍ରତିଦିନ ଭଳି ଜଗିଂ କରୁଥିଲେ। ଧଳା ଟ୍ରାଉଜର ସାଙ୍ଗକୁ ଧଳା ଟି-ସାର୍ଟ ପିନ୍ଧି ଘର ଭିତରେ ନବୀନ ଦଉଡୁ ଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

 

୮ ସେକେଣ୍ଡର ଏହି ଭିଡିଓରେ ନବୀନ ବେଶ ଫୁର୍ତ୍ତି ଥିବା ଦେଖିବାକୁ ମିଳିଛି । ଏହାଛଡା ଏହି ସମୟରେ ପାଟକୁରା ଭୋଟ ଗଣତିର ଖବର ପାଇଁ ନବୀନ ନିବାସରେ କନକ ନ୍ୟୁଜ୍‌ ଲାଗିଥିବାର ଦେଖିବାକୁ ମିଳିଛି । ନବୀନଙ୍କର ଏହା ପ୍ରଥମ ଫିଟନେସ୍‌ ଭିଡିଓ ନୁହେଁ ଯାହା ଭାଇରାଲ ହୋଇଛି । ଚଳିତ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ସୁପ୍ରିମୋଙ୍କର ଏକ ବ୍ୟାୟାମ ଭିଡିଓ ଭାଇରାଲ ହୋଇଥିଲା।

ବସ୍ ଆମର ନିଜ କାମରେ ମସଗୁଲ । ପାଟକୁରା ଗଣତି ଥାଉ କି ଅନ୍ୟକିଛି ହଉ.. ସ୍ଥିତପ୍ରଜ୍ଞ ବ୍ୟକ୍ତିଙ୍କ ପ୍ରକୃତ ଉଦାହରଣ ଆମ ନବୀନ ବାବୁ ।

BJD Odisha – Forever 发布于 2019年7月24日周三

ଯେଉଁଥିରେ ନବୀନ କଳା ଟିସାର୍ଟ ଓ ଟ୍ରାଉଜରରେ ନଜର ଆସିଥିଲେ । ଆଉ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରାତଃ ଭ୍ରମଣ ଠାରୁ ଆରମ୍ଭ କରି ନବୀନ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଥିଲା। ଏପରିକି ନିଜ ସକାଳ ବ୍ୟାୟାମରେ ସୂର୍ଯ୍ୟ ନମସ୍କାର କରିବା ସହ ଜଗିଂ କରୁଥିବାର ନଜର ଆସିଥିଲେ ନବୀନ । ଆଉ ଏହି ନୂଆ ଅନ୍ଦାଜରେ ମଧ୍ୟ ନବୀନଙ୍କୁ ବେଶ ଆକ୍ଟିଭ ମୁଡରେ ଦେଖିବାକୁ ମିଳିଥିଲା ।

ନିର୍ବାଚନ ପୂର୍ବରୁ ଫିଟନେସ୍‌ ଭିଡିଓ ମାଧ୍ୟମରେ ନବୀନ ନିଜକୁ ଫିଟ୍‌ ଥିବା ଦର୍ଶାଇଥିଲେ । ଓଡ଼ିଶାବାସୀଙ୍କ ପାଇଁ ନବୀନ ଲଢିବାକୁ ପ୍ରସ୍ତୁତ ଥିବା କହିଥିଲେ । ଏପରିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପପ୍ରଚାର କରାଯାଉଥିବା ଅଭିଯୋଗ ଆଣିଥିଲେ ବିଜେଡି ସୁପ୍ରିମୋ ।

ସମ୍ବନ୍ଧିତ ଖବର