ନୂଆଦିଲ୍ଲୀ: ନବୀନଙ୍କ ପରେ କିଏ ସମ୍ଭାଳିବେ ବିଜେଡିର ଦାୟିତ୍ବ ? କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ? ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଖୋଦ ନବୀନ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ସାକ୍ଷାତକାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି ।
ଗତ କିଛି ଦିନ ହେବ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ସାକ୍ଷାତକାରରେ ଉତ୍ତରାଧିକାରୀ ପ୍ରସଙ୍ଗରେ ମୁହଁ ଖୋଲିବା ସହ ନବୀନ କହିଛନ୍ତି, ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଏଯାଏଁ ସ୍ଥିର କରିନାହିଁ । ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାର ଲୋକେ ବାଛିବେ । ତେବେ ଉତ୍ତରାଧିକାରୀ ବିଜେଡିରୁ ହିଁ ବଛା ହେବେ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ।
#IndiaTodayExclusive
We will continue to do good work in future : @Naveen_Odisha to India Today's @rahulkanwal
More videos : https://t.co/NounxnP7mg#ITVideopic.twitter.com/4fgujVpwRk— India Today (@IndiaToday) May 27, 2019
ଏହାସହ ବିଜେଡି ୨୦୨୪ରେ ମଧ୍ୟ ଷଷ୍ଠ ଥର ପାଇଁ ଶାସନ କ୍ଷମତାକୁ ଆସିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ନବୀନ । ସେହିପରି କାହିଁକି ବିଜେଡି ଜିତିଲା ପ୍ରଶ୍ନରେ ନବୀନ କହିଛନ୍ତି ଯେ ବିଜେଡିର ଭୋଟ ହାର ୨ ପ୍ରତିଶତ ବଢିଛି ଓ ଜନକଲ୍ୟାଣକାରୀ ଯୋଜନା ବିଜେଡି ବିଜୟକୁ ସୁଗମ କରିପାରିଛି । ବଡ କଥା ନବୀନ ସ୍ୱୀକାର କରିଛନ୍ତି ଯେ କଂଗ୍ରେସ ଅପେକ୍ଷା ବିଜେପି ସହ ଲଢ଼ିବା ଅଧିକ କଷ୍ଟକର ଥିଲା | ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ବିଜେପିକୁ ଅଧିକ ସହାୟକ ହେଲା ବୋଲି ନବୀନ କହିଛନ୍ତି । ଆଉ ବିଜେଡିର ଏହି ବଡ ବିଜୟର ଶ୍ରେୟ ମହିଳା ମାନଙ୍କୁ ଦେଇଛନ୍ତି ନବୀନ ।
#IndiaTodayExclusive
What is the secret of @Naveen_Odisha's success? Hear it from the CM himself.
(@rahulkanwal)
More videos : https://t.co/NounxnP7mg#ITVideopic.twitter.com/fYczhg5kiM— India Today (@IndiaToday) May 27, 2019
ଏହାଛଡା ଏକଦା ଜାତୀୟସ୍ତରରେ ବିଜେଡିର ପ୍ରତିନିଧିତ୍ୱ କରୁଥିବା ନେତା ଏବେ ବିଜେଡିର ହାତ ଛାଡି ଦେଇଥିବାରୁ ଏହାର ପ୍ରଭାବ ଦଳ ଉପରେ ପଡିବ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, କିଛି ନେତାଙ୍କୁ ଦଳ ନିଲମ୍ବିତ କରିଛି ଓ କିଛି ନେତା ଟିକେଟ ନ ପାଇ ଦଳ ଛାଡିଛନ୍ତି । ତେଣୁ ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ । ତେବେ ଚଳିତ ନିର୍ବାଚନରେ ବିଜେପି କଡା ଫାଇଟ ଦେଇଥିବା କହିଛନ୍ତି ନବୀନ । କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କଲା ବୋଲି ନବୀନ କହିଛନ୍ତି । ତେବେ କଂଗ୍ରେସକୁ ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ ।