ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତାଙ୍କ ସୁରକ୍ଷାରେ ଥିବା ପୁଲିସ ବଳ ଓ ପାଇଲଟିଂ ବ୍ୟବସ୍ଥାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ତେବେ ବିରୋଧୀ ଦଳ ନେତା ଭାବେ ସୁରକ୍ଷା ପାଇଁ କେବଳ ଦୁଇଜଣ ହାବିଲ୍ଦାରଙ୍କୁ ପିଏସ୍ଓ ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଇଥିଲା। ହେଲେ ଗତ ଜୁନ୍ ମାସରେ ନୂଆ ସରକାର ଆସିବା ପରେ ନବୀନଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା।
ତାଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିଲା। ଖାଲି ଏତିକି ନୁହେଁ; ନବୀନ ନିବାସ ଭିତରେ ଓ ବାହାରେ ୩ଟି ସିଫ୍ଟରେ ୨୪ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ଏସ୍ବି ବାଟାଲିୟନର ୩୦୦ ସିପାହୀ ସଂଖ୍ୟା ମଧ୍ୟ କମାଇ ୪୫ କରି ଦିଆଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟିଂ ଏସକର୍ଟ, ସୁରକ୍ଷା କର୍ମୀଙ୍କ ସହ ଦୁଇ ଜଣ ହାବିଲ୍ଦାରଙ୍କ ଅଧୀନରେ ନବୀନ ନିବାସ ପାଇଁ ୪୫ ଜଣ ସିପାହୀଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ଏବେ ସମସ୍ତ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/naveen-3.jpg)