ଭୁବନେଶ୍ବର: ରାଜ୍ୟରେ ଆଳୁର ଅଭାବ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ହସ୍ତକ୍ଷେପ ଲୋଡ଼ିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବର୍ଷା ପାଇଁ ଓ ଆଳୁ ଏକ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଏହାର ଅଭାବରୁ ରାଜ୍ୟରେ କୃତ୍ରିମ ଦର ବୃଦ୍ଧି ହୋଇଛି। ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ୍ ଅପେକ୍ଷା କରି ରହିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଛି। ପୂର୍ବରୁ ଆପଣଙ୍କ ମହତ କାର୍ଯ୍ୟ ଓଡ଼ିଶାବାସୀଙ୍କୁ ଉପକୃତ କରିଛି।
ଓଡ଼ିଶାକୁ କିଭଳି ଆଳୁ ଯୋଗାଣ ସ୍ବାଭାବିକ ହୋଇପାରିବ ତହିଁରେ ହସ୍ତକ୍ଷେପ କରିବା ଲାଗି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗକୁ କଡ଼ା ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର କହିଛନ୍ତି, ଚିଠି ଲେଖି ଶସ୍ତା ରାଜନୀତି କରନ୍ତୁ ନାହିଁ। ୨୪ବର୍ଷ ହେଲା ଶୀତଳ ଭଣ୍ଡାର କଲେନାହିଁ। ଆଳୁ ମିସନ, ପିଆଜି ମିସନ ଫେଲ୍। ସବୁ ଥିରେ ଫେଲ୍ ପାଇଁ ଲୋକମାନେ ବି ଏଥର ତାଙ୍କୁ ଫେଲ୍ କରିଦେଲେ। ଚିଠି ଲେଖିଲେ ସମସ୍ୟାର ସମାଧାନ ହୁଏ ନାହିଁ। ଆପଣ କ’ଣ ଅଛନ୍ତି ଯେ ଚିଠି ଲେଖୁଛନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।