ନବନିର୍ମାଣ କୃଷକ ସଂଗଠନର ଦାବି : କ୍ଷତିଗ୍ରସ୍ତଙ୍କ ଭରଣପୋଷଣ ପାଇଁ ମାସିକ ୫ହଜାର ଟଙ୍କା ଦିଅ

ଭୁବନେଶ୍ବର : ଲକ୍‌ଡାଉନ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ, ମଜଦୁର, କ୍ଷୁଦ୍ର ବ୍ୟବସାୟୀ, ଅଟୋ ଚାଳକଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷତିଗ୍ରସ୍ତଙ୍କ ଭରଣ ପୋଷଣ ପାଇଁ ମାସିକ ୫ହଜାର ଟଙ୍କା ପ୍ରଦାନ କରିବା ଲାଗି ସରକାରଙ୍କ ନିକଟରେ ଦାବି ରଖିଛି ନବନିର୍ମାଣ କୃଷକ ସଂଗଠନ।

ଆଜି ସଂଗଠନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, କରୋନାର ପ୍ରତ୍ୟକ୍ଷ ପ୍ରଭାବରେ ପ୍ରାୟ ୫୦ଦିନ ଧରି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲକ୍‌ଡାଉନ୍ କରି ନ ଥିବା ରାଷ୍ଟ୍ରଗୁଡ଼ିକ ଆଗ୍ରେସିଭ୍ କୋଭିଡ ପରୀକ୍ଷା ସହିତ ସଙ୍ଗରୋଧ ଉପରେ ତଦାରଖ ଯୋଗୁଁ କରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି। ରାଜ୍ୟକୁ ଏବେ ସୁରତ ଓ ଅନ୍ୟ ରାଜ୍ୟରୁ ହଜାର ହାଜର ଲୋକ ରାଜ୍ୟକୁ ଫେରୁଥିବା ବେଳେ ସେମାନଙ୍କ ପରୀକ୍ଷା ହୋଇନାହିଁ। ଫଳରେ ବିନା ପରୀକ୍ଷାରେ ସେମାନେ ଘରକୁ ଫେରିବେ। ତେଣୁ କରୋନାର ସଫଳ ମୁକାବିଲା କରିଥିବା ରାଷ୍ଟ୍ରଗୁଡ଼ିକ ଆପଣାଇଥିବା ରାସ୍ତା ଆପଣାଇବାର ସମୟ ଆସିଛି। ସେ ଆହୁରି ମଧ୍ୟ କହିଥିଲେ ଯେ କୃଷି କ୍ଷେତ୍ରରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଖରିଫ ଧାନ ବିକ୍ରି କରିପାରିଲେନି କି ରବି ଧାନ ଠିକ୍‌ରେ ଅମଳ ହୋଇପାରୁନାହିଁ। ଏହାକୁ ଅଣଦେଖା କରାଯାଉଛି। ତେଣୁ ଲକ୍‌ଡାଉନ୍‌ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଓ ଦୁର୍ଗାପ୍ରସାଦ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର