ଜେଲରୁ ବାହାରିଲେ ନବନିର୍ମାଣ ଯୁବଛାତ୍ର ସଂଗଠନର ୬ କର୍ମକର୍ତା

ଭୁବନେଶ୍ୱର : କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ସରକାରୀ ବାସଭବନକୁ ଧସେଇ ପଶିବା ଘଟଣାରେ ଗିରଫ ହୋଇଥିବା ନବନିର୍ମାଣ ଯୁବଛାତ୍ର ସଂଗଠନର ୬ କର୍ମକର୍ତାଙ୍କୁ ଜାମିନ ମିଳିଛି। ଆଜି ଝାରପଡ଼ା ଜେଲରୁ ବାହାରିବା ପରେ ସଂଗଠନର କର୍ମକର୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ।

କ୍ରମାଗତ ଚାଷୀ ବିରୋଧୀ ମନ୍ତବ୍ୟ ଦେବା ସହିତ ବାରମ୍ବାର ଚାଷୀଙ୍କୁ ତାତ୍ସ୍ୟଲ୍ୟ କରିବା ଓ ଚାଷୀ ଆତ୍ମହତ୍ୟା ରୋକିବା ଦାବି ନେଇ ଗତକାଲି ଯୁବଛାତ୍ର ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ପରବର୍ତୀ ସମୟରେ ସଂଗଠନର କର୍ମକର୍ତା କୃଷି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ସେଠାରେ ନାରାବାଜି କରିବା ସହିତ ପ୍ରାୟ ୨୦ମିନିଟ୍‌ ପାଇଁ ବାସଭବନ ସମ୍ମୁଖରେ ବସି ରହିଥିଲେ। ଏହି ଘଟଣାରେ ପୁଲିସ ସଂଗଠନର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଦୁର୍ଗା ପ୍ରସାଦ ଦାସ, ମଧୁମିତା ସାମଲ, ମନଓ୍ଵର ଅଲ୍ଲୀ, ଅଭିମନ୍ୟୁ ଗୁମାନସିଂ, ସାଇ ଲକ୍ଷ୍ମୀପ୍ରସାଦ ପଲାଇ ଓ ପ୍ରଶାନ୍ତ ପ୍ରଧାନ।

ସମ୍ବନ୍ଧିତ ଖବର