ଗରିବ ଛାତ୍ରଛାତ୍ରୀଙ୍କୁ ନବୀନଙ୍କ ନୂଆ ଭେଟି: ଯୁକ୍ତ ୩ ଓ ଉଚ୍ଚ ଶିକ୍ଷା ପାଇଁ ମିଳିବ ଆର୍ଥିକ ସହାୟତା

ବାର୍ଷିକ ୨୦ ହଜାର ଟଙ୍କା ଦେବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କର େଗାଟିଏ ପରେ େଗାଟିଏ େଯାଜନା ଏବେ ଚର୍ଚ୍ଚାର ବିଷୟ େହଲାଣି। କାଳିଆ େଯାଜନା ପରେ ଗରିବ େମଧାବୀଙ୍କ ପାଇଁ ନବୀନ ପୁଣି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଅର୍ଥାଭାବରୁ ରାଜ୍ୟର କୌଣସି ବି ଗରିବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ନୂଆ ବର୍ଷରେ ନୂଆକରି ଆଉ ଗୋଟିଏ ଯୋଜନା କରିବାକୁ ଯାଉଛନ୍ତି। ଏଣିକି ଯୁକ୍ତ ୩ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତି ଗରିବ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଏ ନେଇ ଏକ ଯୋଜନା ଚିଠା ପ୍ରସ୍ତୁତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।

ଏହି ଯୋଜନାରେ ଲାଭ ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେତୋଟି ସର୍ତ୍ତ ରଖାଯାଇଛି। ସେଗୁଡ଼ିକ ହେଲା ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ। ଓଡ଼ିଶାର ସ୍ଥାୟୀ ନାଗରିକ ହେବା ସହ ସମ୍ପୃକ୍ତ ଛାତ୍ରଛାତ୍ରୀ କୌଣସି ଏକ ସ୍ବୀକୃତି ପ୍ରାପ୍ତ ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ,ବିଶ୍ବବିଦ୍ୟାଳୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷାରେ ନାମ ଲେଖାଇଥିବା ଆବଶ୍ୟକ। ଏଚଆଇଭି, ଦୁରାେରାଗ୍ୟ େରାଗରେ ଆକ୍ରାନ୍ତ ମାତାପିତାଙ୍କ ପୁଅ ଝିଅ ବି ଏହି ଯୋଜନାର ଲାଭ ପାଇପାରିବେ। ବାସଗୃହ କିମ୍ବା ଜମି ନଥିବା ପରିବାରର ଛାତ୍ରଛାତ୍ରୀ, ବିଧବା ବା ସ୍ବାମୀ ପରିତ୍ୟକ୍ତା ମହିଳା, ଅବିବାହିତ ମହିଳାଙ୍କ ପୁଅଝିଅଙ୍କୁ ଉଚ୍ଚଶିକ୍ଷା ପାଇଁ ଏହି ଆର୍ଥିକ ସହାୟତା ମିଳିପାରିବ। ତେବେ ଏହି ଯୋଜନାରେ ବୈଷୟିକ ଶିକ୍ଷା ବା ବୃତ୍ତିଗତ ଶିକ୍ଷା ପାଇଁ କୌଣସି ସହାୟତା ମିଳିବ ନାହିଁ । ସରକାର ରଖିଥିବା ସର୍ତ୍ତ ମୁତାବକ, ଏହି ଯୋଜନାର ଲାଭ ପାଇବାକୁ ଥିବା ଛାତ୍ରଛାତ୍ରୀ ପୂର୍ବରୁ କୌଣସି କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ନେଇ ନଥିବା ବାଞ୍ଛନୀୟ। ଉପରୋକ୍ତ ସର୍ତ୍ତାବଳିଙ୍କୁ ପୂରା କରୁଥିବା ଛାତ୍ରଛାତ୍ରୀ ଆୟ ଓ ବାସିନ୍ଦା ପ୍ରମାଣ ପତ୍ର ସହ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଉପଲବ୍ଧ ଅନଲାଇନ ଫର୍ମରେ ଆବେଦନ କରିପାରିବେ । ଆବେଦନ ଫର୍ମ ପୂରଣ କରିବା ପରେ ଦୁଇକିତା ନକଲ ସହ ସମ୍ପୃକ୍ତ କଲେଜର ଅଧ୍ୟକ୍ଷ କିମ୍ବା ମୁଖ୍ୟଙ୍କ ପାଖରେ ପରବର୍ତ୍ତୀ ପ୍ରକ୍ରିୟା କରଣ ପାଇଁ ଜମା କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ଇ-ମେଧାବୃତ୍ତି, ସ୍ବଳ୍ପ ସୁଧରେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଏବଂ ଅନାଥ ପିଲାଙ୍କୁ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର