ଜଗତସିଂହପୁର: ଭାରତୀୟ ନୌସେନା ଜେ-୨୧ ଦର୍ଶକ ଯୁଦ୍ଧ ଜାହାଜ ଜରୁରିକାଳୀନ ସ୍ଥିତିରେ ପାରାଦୀପ ବନ୍ଦରରେ ଲାଗିଛି। ଜାହାଜର ଜଣେ ରୋଷେୟା ଅସୁସ୍ଥ ହୋଇପଡ଼ିବାରୁ ଏହା ବନ୍ଦରରେ ପହଞ୍ଚିଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ପାରାଦୀପ ବନ୍ଦର ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଏହି ରୋଷେୟାଙ୍କ ଘର ତାମିଲନାଡ଼ୁରେ ହୋଇଥିବା ବେଳେ ତାଙ୍କ ନାଁ କାଟିର ବେଲା ବୋଲି ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp