ରାୟଗଡ଼ା: ସରିଲା ନକ୍ସଲଙ୍କ ସହିଦ ସପ୍ତାହ। ଗତ ଜୁଲାଇ ୨୮ ତାରିଖରୁ ଆରମ୍ଭ ହୋଇଥିବା ସହିଦ ସପ୍ତାହର ଆଜି ଥିଲା ଶେଷ ଦିନ। ନକ୍ସଲ ପ୍ରବଣ ରାୟଗଡାରେ ନକ୍ସଲ ସେଭଳି କୌଣସି ହିଂସା ନଘଟାଇ ଥିବା ଦେଖିବାକୁ ମିଳିଛି। ତେବେ ଦୁର୍ଗମ ଅଂଚଳରେ ନକ୍ସଲ ସହିଦ ଦିବସ ପାଳିଥିବା ସୂଚନା ମିଳିଛି। ଏନେଇ ପୁଲିସ କିମ୍ବା ଗୁଇନ୍ଦା ବିଭାଗ ନିକଟରେ କୌଣସି ଖବର ନଥିବା ଜଣାପଡିଛି।

Advertisment

publive-image

ସୀମାନ୍ତ ଆନ୍ଧ୍ର ଗ୍ରାମଗୁଡିକରେ ନକ୍ସଲ ପୋଷ୍ଟର ମାରି ଲୋକଙ୍କୁ ସହିଦ ଦିବସରେ ଯୋଗଦାନ ପାଇଁ ନିମନ୍ତ୍ରଣ କରିଥିଲେ। ଘଂଚ ଜଗଲରେ ଅସ୍ଥାୟୀ ସହିଦ ସ୍ତମ୍ଭ ନିର୍ମାଣ କରି ନାଜଗୀତ କରି ସହିଦଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ସୂଚନା ମିଳିଛି। ରାୟଗଡାରେ ପୁଲିସ ଏବଂ ସିଆରପିଏଫ ଯବାନଙ୍କ ଘନ ଘନ କିମ୍ବିଂରେ ନକ୍ସଲ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ସହିଦ ସପ୍ତାହକୁ ଆଖିଆଗରେ ରଖି ସରକାରୀ ବସ କାଁ ଭାଁ ଚଳାଚଳ କରୁଥିବା ବେଳେ ଶୁକ୍ରବାର ଠାରୁ ସମସ୍ତ ସରକାରୀ ବସ ପୁନଃ ଚାଲୁ ହେବ ବୋଲି ଜଣାପଡିଛି। ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ତିକ୍ଷଣ୍ ନଜର ରଖିଥିବା ବେଳେ ନକ୍ସଲ ମଧ୍ୟ ପୁଲିସର ସମସ୍ତ ଚାଲକୁ ଅନୁଧ୍ୟାନ କରି ଜଂଗଲରେ ନିରା଼ଡମ୍ବରେ ସହିଦ ଦିବସ ପାଳନ କରିଥିବା ସୂତ୍ରରୁ ପ୍ରକାଶ।