କଲ୍ୟାଣସିଂହପୁରରେ ସିଆରପିଏଫ୍‌ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ନକ୍ସଲ

ନିୟମଗିରିରୁ ବିପୁଳ ମାରଣାସ୍ତ୍ର ଜବତ

କଲ୍ୟାଣସିଂହପୁର: ସିଆରପିଏଫ୍‌ ଯବାନଙ୍କୁ ଦେଖି ଆଜି ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଛନ୍ତି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡା ନିକଟରେ ଆଜି ମଧ୍ୟାହ୍ନ ୧ଟାରେ କଲ୍ୟାଣସିଂହପୁରସ୍ଥିତ ସିଆରପିଏଫ ଇ/୪ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନ୍‌ ବେଳେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାୟନ କରିଛନ୍ତି।

ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଯବାନମାନେ କରଞ୍ଜ ଅଞ୍ଚଳର ତିଡିମାସ୍କା, କୁରୁସୋମୁହି, ଛତିକଣା ଓ ବୁଦୁନି ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରସେନରେ ବାହାରି ଥିଲେ। ଅପରେସନରେ ଶ୍ରୀମତୀ ମିଟୁ ରଏ ଓ ସେକେଣ୍ଡ ଇନ୍‌ କମାଣ୍ଡ ଗୁରୁ ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଅପରସେନ ହୋଇଥିଲା। ପ୍ରାୟ ସାଢ଼େ ୧୧ଟା ବେଳକୁ ଯବାନମାନେ ତିଡିମାସ୍କା ଓ କୁରୁସୁମୁହି ଜଙ୍ଗଲରେ ପହଞ୍ଚି ଥିଲେ। ଏହା ପୂର୍ବରୁ ସେଠାରେ ନକ୍ସଲମାନେ ବ୍ୟାପକ ମାଓ ସାମଗ୍ରୀ ନେଇ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ। ସେମାନେ ଯବାନଙ୍କୁ ଦେଖି ପଳାୟନ କରିଥିଲେ।

 

ଘଟଣାସ୍ଥଳରେୁ ୪ଟି ଦେଶୀ ରାଇଫଲ, ୨ଟି ଆଇଇଡି ଷ୍ଟିଲ କଣ୍ଟେନର, ୩୦ଟି ବାଣିଜ୍ୟିକ ଡିଟୋନେଟର, ୪୦ଟି ଜିଲାଟିନ ଷ୍ଟିକ୍‌, ୧୨ କେଜି ଆନ୍‌ଫୋ, ୧.୫ ରୋଲ ବିଦ୍ୟୁତ ତାର, ଗୋଟିଏ ୧୨ ଭୋଲ୍‌ଟ ବ୍ୟାଟେରୀ, ୪ଟି ଛୋଟ ବ୍ୟାଟେରୀ, ୩ଟି କଳା ଟେପ, ଗୋଟିଏ ଡବଲ ଟେପ, ଗୋଟିଏ ୱେର କଟର, ଗୋଟିଏ କଟିଙ୍ଗ ପ୍ଲେୟାର, ଗୋଟିଏ ସ୍କ୍ରୁଡାଇଭର, ଗୋଟିଏ ସୋଲଡ୍ରିଙ୍ଗ ଜିନିଷ, ୫ଟି ପ୍ରେସର ସୁଇଚ, ୨ଟି ରେଲି ସୁଇଚ, ୨ଟି କମାଣ୍ଡ ସୁଇଚ, ୩ଟି ଏଲଡିଆର, ୯ଟି ସାଉଣ୍ଡ ସ୍କାନର, ଗୋଟିଏ ସେଲ ଚାର୍ଜ ପ୍ଲାଷ୍ଟିକ, ୫ଟି ଛୋଟ ତାର ଆଦି ଜବତ ହୋଇଛି।

ସମ୍ବନ୍ଧିତ ଖବର