ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରୁ ଏସଓଜି ଯବାନ କମ୍ବିଂ ଅପରେସନ ସମୟରେ ହାର୍ଡକୋର ନକ୍ସଲ ତ୍ରିନାଥ ଭୂମିକାକୁ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତ୍ରିନାଥ ଗତ ମାସ ଟେମରୁପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ବିସ୍ଫୋରଣ କରି ଉଡ଼ାଇବା ଘଟଣାରେ ସଂପୃକ୍ତ ଥିଲା। ସେ ଦୀର୍ଘ ବର୍ଷ ଧରି ଦରଭା ଡିଭିଜନ ପାଇଁ କାର୍ଯ୍ୟ କରି ଆସୁଥିଲା। ପଞ୍ଚାୟତ କାର୍ଯ୍ୟାଳୟକୁ ଉଡ଼ାଇବା ଘଟଣା ସହ ଅନ୍ୟ ୫ଟି ମାମଲାରେ ବି ସେ ସଂପୃକ୍ତ ଥିଲା। ସେହି ମାମଲା ଗୁଡ଼ିକର ତଦନ୍ତ ମାଥିଲି ପୁଲିସ କରୁଛି। ତ୍ରିନାଥ ନାଁରେ ଲୋକଙ୍କୁ ମାରପିଟ କରିବା, ପ୍ରଜାକୋର୍ଟରେ ଦଣ୍ଡ ଦେବା, ବୋମା ଖଂଜିବା ଆଦି ମାମଲା ରହିଛି।
ମାଥିଲିର ତୁଳସୀ ପାହାଡ଼ରୁ ନକ୍ସଲ ଗିରଫ
/sambad/media/post_attachments/wp-content/uploads/2019/06/Mkg-naxal-arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)