ଉନ୍ନୟନ କାର୍ଯ୍ୟ ଠପ୍‌

ବଢ଼ୁଛି ନକ୍ସଲ ହିଂସା: ଆତଙ୍କରେ ଠିକାଦାର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଢ଼ୁଛି ନକ୍ସଲ ହିଂସା। ଏହାକୁ ନେଇ ପ୍ରଶାସନ ଏବଂ ଠିକାଦାରଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତକାଲି ନକ୍ସଲଙ୍କୁ ବିରୋଧ କରି ପୋଷ୍ଟର ଏବଂ ବ୍ୟାନର ମରାଯିବା ପରେ ଆଜି ନକ୍ସଲ ଚିଠି ପଠାଇ ଏହାର ଜବାବ ରଖିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାସ୍ତା କାମକୁ ଆମେ ବିରୋଧ କରୁନାହୁଁ। କିନ୍ତୁ ବଡ଼ ବଡ଼ ରାସ୍ତାକୁ ଆମେ ବିରୋଧ କରୁଛୁ। କାରଣ ଏହାଦ୍ୱାରା ଜିଲ୍ଲାର ଖଣିଜ ସଂପଦ ଲୁଟ ହେବାର ଆଶଂକା ରହିଛି। କଥା ନମାନି ରାସ୍ତା କାମ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି। ଏହାପରେ ଠିକାଦାରମାନେ ରାସ୍ତା କାର୍ଯ୍ୟରେ ନିୟୋଜିତ କରିଥିବା ସମସ୍ତ ଯନ୍ତ୍ରାଂଶକୁ ଉଠାଇ ଆଣୁଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ମାଲକାନଗିରି ଏସ୍‌ପି କହିଛନ୍ତି ଯେ ନକ୍ସଲ ବିକାଶ ଚାହୁଁ ନାହାନ୍ତି।

ସମ୍ବନ୍ଧିତ ଖବର