ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ କିଛି ଦିନର ନିରବତା ପରେ ପୁଣି ହିଂସା ଘଟାଇଛନ୍ତି ନକ୍ସଲ। ଗତକାଲି ରାତିରେ ପୁଲିସ ଇନଫର୍ମର ସନ୍ଦେହରେ କିଷ୍ଟରାମ ଅଂଚଳର ବେଡପଡା ଗ୍ରାମର ଚାଷୀ କରକା କ୍ରିଷ୍ଣାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। କ୍ରିଷ୍ଣା ନିଜ ଜମିରେ ଯାହା ଫସଲ ଅମଳ କରନ୍ତି ସେତିକିରେ ପରିବାର ଚଳେ। ତେବେ କିଛି ଦିନ ତଳେ ଋଣ କରି ସେ ଗୋଟିଏ ଟ୍ରାକ୍ଟର ଆଣିଥିଲେ। ଯାହାକୁ ନେଇ ନକ୍ସଲଙ୍କ ସନ୍ଦେହ ବଢ଼ିଥିଲା। ପୁଲିସ ସହ ସଂପର୍କ ରଖି କ୍ରିଷ୍ଣା ନିଜ ସଂପତ୍ତି ବଢ଼ାଉଥିବା ଅନୁମାନ କରି ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବେଡପଡା ଗାଁରେ ପହଞ୍ଚିଥିଲେ। କାରକା କ୍ରିଷ୍ଣାଙ୍କୁ ଘରୁ ଟେକି ନେଇ ଅତି ନିକଟରୁ ଛାତିରେ ଗୁଳି କରି ହତ୍ୟା କରିଥିଲେ। ପୁଲିସ ଆଜି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଜଣେ ଚାଷୀଙ୍କୁ ନକ୍ସଲ ଏମିତି ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସଂତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ସୁକମା ପୁଲିସର ଏନକାଉଣ୍ଟରରେ ମହିଳା କମାଣ୍ଡର ଜ୍ୟୋତି ନିହତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ପାଇ ସୁକମା ପୁଲିସ ଏବଂ ଡିଆରଜି ଯବାନ ଚଢ଼ାଉ କରିଥିଲେ। କ୍ୟାମ୍ପର ନିକଟରେ ପହଞ୍ଚିବା କ୍ଷଣୀ ସେଣ୍ଟ୍ରି ଦାୟିତ୍ବରେ ଥିବା ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୂର୍ବରୁ ପ୍ରସ୍ତୁତ ରହିଥିବା ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। କିଛି ସମୟର ଗୁଳି ବିନିିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।
ଚାଷୀଙ୍କୁ ହତ୍ୟା କଲେ ନକ୍ସଲ, ମହିଳା କମାଣ୍ଡର ଜ୍ୟୋତି ନିହତ
/sambad/media/post_attachments/wp-content/uploads/2018/10/Naxalite.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)