ଭୁବନେଶ୍ବର: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୨ଜଣ ସୁରକ୍ଷା କର୍ମୀ ଓ ସାମ୍ବାଦିକ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ନକ୍ସଲମାନଙ୍କ ଏହି ଅମାନୁଷିକ ବର୍ବର କାଣ୍ଡକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିବା ସହ ମୃତ ସାମ୍ବାଦିକ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ନିବାସୀ ତଥା ଦୂରଦର୍ଶନର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ସାହୁ ପ୍ରଥମେ ସେନାବାହିନୀରେ ରହି ଦେଶ ପାଇଁ କାମ କରୁଥିବା ବେଳେ ଆଜି ମଧ୍ୟ ସେ ଦେଶ ପାଇଁ ସହିଦ୍ ହୋଇଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଏହି ଖବର ତାଙ୍କୁ ମର୍ମାହତ କରିଛି। ମୃତକଙ୍କ ମଧ୍ୟରେ ଓଡ଼ିଶାର ଦୂରଦର୍ଶନ କ୍ୟାମେରାମ୍ୟାନ ଅତ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଖବର ତାଙ୍କୁ ଗଭୀର ଆଘାତ ଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ, ଦେଶ ବିରୋଧୀ ଶକ୍ତିଙ୍କୁ ଦେଶରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରବର୍ଗକୁ ଶାନ୍ତ୍ବନା ଦେବା ସହିତ ଏହି ଦୁଃଖଦ ସମୟରେ ସାରା ଦେଶ ତାଙ୍କ ସହ ଅଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ପଣ୍ଡା ମୃତ ଅଚ୍ୟୁତାନନ୍ଦଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ନକ୍ସଲ ଆକ୍ରମଣରେ ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
/sambad/media/post_attachments/wp-content/uploads/2018/09/Naveen-Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)