ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ବନ୍ଦ ଡାକରା ଦେଇଥିଲା କୋଣ୍ଟା ଏରିଆ କମିଟି।ଗତ ୨୨ ତାରିଖରେ ଭେଜ୍ଜି ଠାରେ ୧୦ ଜଣ ନକ୍ସଲ ପୁଲିସ ଗୁଳିରେ ନିହତ ହେବା ପରେ ଏହାକୁ ନିନ୍ଦା କରି ନକ୍ସଲ ଏହି ବନ୍ଦ ଡାକରା ଦେଇଥିଲେ। ଆଭ୍ୟନ୍ତରୀଣ ଗ୍ରାମଗୁଡିକରେ ଲୋକେ ଭୟରେ ଦୋକାନ ବଜାର ଖୋଲିନଥିବା ବେଳେ ସୁକମା ସହରରେ ସେଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ସୁରକ୍ଷାକର୍ମୀ ଚାରିପଟୁ ଘେରି ରହିଥିବା ଯୋଗୁଁ ନକ୍ସଲ କୌଣସି ଅଘଟଣ ଘଟାଇବା ଏକ ପ୍ରକାର ସମ୍ଭବ ନଥିଲା।
ଏହି ଖବର ପଢ଼ନ୍ତୁ: ମହିଳା ମାଓବାଦୀକୁ ଗିରଫ
ତେବେ ନକ୍ସଲ ପ୍ରବଣ ଦୁର୍ଗମ ଗ୍ରାମରେ ଲୋକେ ଏହି ବନ୍ଦ ଡାକରାକୁ ନେଇ ଭୟଭିତ ରହିଥିବା ଜଣାପଡିଛି।ମାଲକାନଗିରି, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପୁଲିସ ଏହି ବନ୍ଦ ଡାକରାକୁ ଗୁରୁତ୍ବର ସହ ନେଇଛନ୍ତି। ମାଲକାନଗିରି ସୀମା ସିଲ କରିଦିଆଯିବା ସହ ସୁରକ୍ଷାକୁ କଡାକଡି କରାଯାଇଛି। ସୁକମା ବନ୍ଦ ଡାକରା ଦିଆଯାଉଥିବା ବେଳେ ଛତିଶଗଡ଼ର ବିଜାପୁର ଅଂଚଳର ମହିଳା ମାଓବାଦୀକୁ ମାଲାକନଗିରି ପୁଲିସ ଗିରଫ କରିବାରେ ସଫଳ ହୋଇଛି।
ଏହି ଖବର ପଢ଼ନ୍ତୁ: ଦେଶର ସୁରକ୍ଷା ପାଇଁ ଭୁବନେଶ୍ବରରେ ଆଲୋଚନା
ଲାକେ ଓରଫ ସୁନ୍ତି ସଂଗଠନର ଆଗଧାଡିର କ୍ୟାଡର ନକ୍ସଲ। ପୁଲିସର ଏହି ସଫଳତା ନକ୍ସଲ ସଂଗଠନକୁ ଶକ୍ତ ଧକ୍କା ଦେଇଛି। ତେବେ ଗତ କାଲି କିନ୍ତୁ ସୁକମା ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ଏକ ଟ୍ରାକ୍ଟରକୁ ପୋଡି ଦେଇଥିବା ସୂଚନା ମିଳିଛି। ଲଗାତାର ନକ୍ସଲ ସଂଗଠନର ଆଗଧାଡିର ନକ୍ସଲଙ୍କର ମୃତ୍ୟୁ ହେଉଥିବାରୁ ସଂଗଠନ ଏବେ ଅଣନିଃସ୍ବାସୀ ହେଲାଣି। ଏବେ ବି ନକ୍ସଲ ହାରିବାକୁ ପ୍ରସ୍ତୁତ ନୁହନ୍ତି।
ସଂଗଠନ ପକ୍ଷରୁ କିପରି ପୁଲିସ ଉପରେ ଆକ୍ରମଣ କରିବେ ସେନେଇ ଯୋଜନା କରୁଥିବା ମଧ୍ୟ ଆଶଂକା କରାଯାଉଛି। ଗୁଇନ୍ଦା ଏଥିପାଇଁ ସଜାଗ ରହିଛି। ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିଛି। ମାଲକାନଗିରି ଜଂଗଲରେ ଏବେ ନକ୍ସଲ ପଶି ଆସୁଥିବାରୁ ପୁଲିସ ପାଇଁ ମଧ୍ୟ ମୁଣ୍ଡ ବ୍ୟଥା ସାଜିଛି। ମାଓନେତ୍ରୀ ଲାକେ ଗିରଫ ଏହାର ଉଦାହରଣ।ତିନି ରାଜ୍ୟର ଘନ ଘନ ଚଢାଉରେ ନକ୍ସଲ ଏବେ ବ୍ୟତିବ୍ୟସ୍ତ ହୋଇପଡିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/30/lTncPqmyqVCKMijFGJkZ.jpg)